ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

Oct 07, 2026 - 11:08
ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୧୭୨ ରନ୍‌ର ଲକ୍ଷ୍ୟକୁ ଭାରତ ମାତ୍ର ୧୪.୪ ଓଭରରେ ୨ ଉଇକେଟ ହରାଇ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଶ୍ରେୟସ ଆୟର ମାତ୍ର ୪୨ ବଲ୍‌ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଶତକ ପୂରଣ କରିଥିଲେ। ଶତକ ପରେ ଅଧିନାୟକ ଭାରତୀୟ ଦଳର ପ୍ରଦର୍ଶନ ଓ ଟିମ୍‌ ମାଇଣ୍ଡସେଟକୁ ନେଇ ବଡ଼ ବୟାନ ଦେଇଛନ୍ତି।

ନିଜ ପ୍ରଥମ ଟି-୨୦ ଶତକକୁ ନେଇ ମ୍ୟାଚ ପରେ ଶ୍ରେୟସ ବେଶ ଖୁସି ନଜର ଆସିଥିଲେ। ଏହି ମୁହୂର୍ତ୍ତକୁ ସ୍ମରଣ କରି ଶ୍ରେୟସ କହିଥିଲେ ଯେ, ଅନ୍ତର୍ଜାତୀୟ ଟି-୨୦ରେ ଶତକ ହାସଲ କରିବା ତାଙ୍କର ଦୀର୍ଘଦିନର ସ୍ବପ୍ନ ଥିଲା ବୋଲି ସେ କହିଥିଲେ। ଏହି ଇନିଂସ ତାଙ୍କୁ ମନେ ପକାଇ ଦେଇଛି ପରିଶ୍ରମ କଲେ ସ୍ବପ୍ନ ନିଶ୍ଚିତ ଭାବେ ସାକାର ହୋଇଥାଏ। ବିଜୟର ଅନୁଭୂତି ସବୁବେଳେ ସ୍ବତନ୍ତ୍ର ଏବଂ ଡ୍ରେସିଂ ରୁମ୍‌ରେ ମଧ୍ୟ ଏନେଇ ଆଲୋଚନା ହୁଏ। ଦଳର ନିୟମ ସ୍ପଷ୍ଟ ଯେଉଁ ଖେଳାଳିଙ୍କ ଦିନ ଥିବ, ସେ ମ୍ୟାଚ ଶେଷ କରି ହିଁ ପ୍ୟାଭିଲିୟନକୁ ଫେରିବେ।

ଶ୍ରେୟସଙ୍କ ମତରେ ଭାରତୀୟ ଦଳ ଏହିଭଳି ଆକ୍ରମଣାତ୍ମକ ଚିନ୍ତାଧାରା ସହ ଖେଳ ଜାରି ରଖିଲେ ଟି-୨୦ କ୍ରିକେଟ୍‌ରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇପାରିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।