ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

Sep 11, 2026 - 09:54
ଫାଇନାଲରେ ଭାରତ:  ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୫୦ ରନର ଟାର୍ଗେଟର ଜବାବରେ ବାଂଲାଦେଶ ୭ ଉଇକେଟ ହରାଇ ୧୦୯ ରନ କରିପାରିଥିଲା। ଶୁକ୍ରବାର ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଫର୍ମରେ ଥିବା ସ୍ମୃତି ମନ୍ଧାନା(୨)ଙ୍କ ଉଇକେଟ ହରାଇଥିଲା। ତାଙ୍କ ବଦଳରେ କ୍ରିଜ୍‌କୁ ଆସିଥିବା ପ୍ରତିକା ରାଓ୍ବଲ (୨୦)ଙ୍କ ସହ ସେଫାଳି ମିଶି ଦ୍ୱିତୀୟ ଉଇକେଟରେ ୫୦ ରନ ଯୋଡ଼ିଥିଲେ। ଫଳରେ ଭାରତ ପ୍ରଥମ ୧୦ ଓଭରରେ ୨ ଉଇକେଟ ହରାଇ ୫୯ ରନ କରିଥିଲା। ଏହାପରେ ଶେଫାଳି ଆଟାକିଂ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇଥିଲେ। ମୋଟ ଉପରେ ୪ ଥର ଜୀବନ ଦାନ ପାଇଥିବା ଶେଫାଳି ୪୦ ବଲରେ ୬୪ (୭ ଚୌକା ଓ ୩ ଛକା) ରନର ବିସ୍ଫୋରକ ଇନିଂସ ଖେଳି ପାଭିଲିଅନ ଫେରିଥିଲେ। ଶେଷ ଆଡ଼କୁ ଅଧିନାୟିକା ହରମନପ୍ରୀତ କୌର ୨୪ (୨ ଛକା), ରିଚା ଘୋଷ ୨୧ (୨ ଛକା) ଓ ଦୀପ୍ତି ଶର୍ମା ୧୩ (୧ ଲେଖାଏ ଚୌକା ଓ ଛଖା) ରନର ଯୋଗଦାନ ଦେଇଥିଲେ। ଫଳରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୪୯ ରନ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୭ ଉଇକେଟ ହରାଇ ୧୦୯ ରନ କରିପାରିଥିଲା। ଦଳର କୌଣସି ବ୍ୟାଟର ଭାରତୀୟ ସ୍ପିନରଙ୍କ ଉଚିତ ସମ୍ମୁଖୀନ ହୋଇପାରି ନ ଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ ଓ ନନ୍ଦନୀ ଶର୍ମା ୨ ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।