ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…
ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଭସାଣି ଉତ୍ସବ ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ପଶ୍ଚିମ ଓଡ଼ିଶାର ଦୁଲଦୁଲି ବାଦ୍ୟ ସ୍ଥାନ ପାଇଥିଲା। କମିଟି ସଭାପତି ସନ୍ତୋଷ ମହାନ୍ତିଙ୍କ ସମେତ କମିଟି ସଦସ୍ୟ, ସହରବାସିନ୍ଦା, ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ବାହାରିଥିଲେ। ପୂଜାର୍ଚ୍ଚନା ପରେ ପବିତ୍ର ବଂଶଧାରା ନଦୀରେ ମା’ଙ୍କୁ ବିସର୍ଜନ କରାଯାଇଥିଲା। ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଭଷାଣି ଶୋଭାଯାତ୍ରାରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।