ବଦଳିବ ଓ୍ବେଷ୍ଟ୍ବେଙ୍ଗଲ ନାଁ, ବିଧାନସଭା ପ୍ରଥମ ଅଧିବେଶନରେ ଆସିବ ବିଲ୍, ସୂଚନା ଦେଇ କହିଲେ…
କୋଲକାତା,୭ା୧୦: ଓ୍ବେଷ୍ଟବେଙ୍ଗଲ ନାଁ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ (Paschim Banga) ରଖାଯିବାକୁ ଯାଉଛି। ଏଥିପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ହିଁ ଏକ ନୂତନ ବିଲ ଆଗତ କରାଯିବ ବୋଲି ବୁଧବାର ରାଜ୍ୟ ଭାଜନା ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।
‘ବେଙ୍ଗଲ’ କିମ୍ବା ‘ବେଙ୍ଗ’ ନୁହେଁ, କେବଳ ‘ପଶ୍ଚିମ ବଙ୍ଗ’ ବ୍ୟବହାର ହେବ
ଏହି ସପ୍ତାହ ଆରମ୍ଭରୁ ହିଁ ଭଟ୍ଟାଚାର୍ଯ୍ୟ ସଙ୍କେତ ଦେଇଥିଲେ ଯେ ନାମ ପରିବର୍ତ୍ତନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଣିକି ଓ୍ବେଷ୍ଟ୍ ବେଙ୍ଗଲ (Paschim Banga) ନାଁକୁ ପରିବର୍ତ୍ତନ ହେବ। ଐତିହାସିକ ପରିଚୟ ସହ ଯୋଡ଼ିବାକୁ ବିଧାନସଭାରେ ଆସିବ ବିଲ
ପ୍ରସ୍ତାବିତ ବିଧାନସଭା ପଦକ୍ଷେପ ବିଷୟରେ ବ୍ୟାଖ୍ୟା କରି ଭାଜପା ରାଜ୍ୟ ସଭାପତି କହିଛନ୍ତି ଯେ, ଏହି ବିଲ ମାଧ୍ୟମରେ ରାଜ୍ୟର ସରକାରୀ ନାମକୁ ଏହାର ଐତିହାସିକ ପରିଚୟ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରଥମ ଅଧିବେଶନରେ ହିଁ ଆମ ସରକାର ଏକ ବିଲ୍ ଆଣୁଛନ୍ତି ବୋଲି କହିଛନ୍ତି ସମିକ। ଏହାଦ୍ୱାରା ରାଜ୍ୟର ନାମ ଏହାର ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିବ ଏବଂ ତାହା ହିଁ ଏହାର ନୂତନ ପରିଚୟ ହେବ ବୋଲି ସେ ପ୍ରକାଶ କରିଥିଲେ।
ଓ୍ବେଷ୍ଟ୍ବେଙ୍ଗଲର ନାମ ପରିବର୍ତ୍ତନ ପ୍ରସ୍ତାବର ଏକ ଦୀର୍ଘ ରାଜନୈତିକ ଇତିହାସ ରହିଛି। ଏହି ପ୍ରକ୍ରିୟା ପ୍ରଥମେ ୧୯୯୯ଙ୍ରେ ଆରମ୍ଭ ହୋଇଥିଲା, ଯେତେବେଳେ ବାମପନ୍ଥୀ ମେଣ୍ଟ (ଲେଫ୍ଟ ଫ୍ରଣ୍ଟ) ସରକାର ରାଜ୍ୟର ନୂତନ ନାମ ଭାବରେ ‘ପଶ୍ଚିମ ବଙ୍ଗ’ ରଖିବାକୁ ପ୍ରସ୍ତାବ ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।