ବଦଳିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ସମୟ! କେତେବେଳେ ଆରମ୍ଭ ହେବ ପ୍ରଥମ ଦିନିକିଆ, ଜାଣନ୍ତୁ…

Nov 03, 2026 - 13:54
ବଦଳିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ସମୟ! କେତେବେଳେ ଆରମ୍ଭ ହେବ ପ୍ରଥମ ଦିନିକିଆ, ଜାଣନ୍ତୁ…

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର, ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ଜିତି ଭାରତୀୟ ଦଳ ୭ ବର୍ଷର ପରାଜୟ ଧାରାକୁ ଭାଙ୍ଗିବାକୁ ଚାହିଁବ। ପ୍ରକୃତରେ, ଫେବୃଆରୀ ୨୦୧୯ ପରଠାରୁ ଭାରତ ନ୍ୟୁଜିଲାଣ୍ଡ ମାଟିରେ କୌଣସି ଦିନିକିଆ ମ୍ୟାଚ ଜିତିନାହିଁ।

ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚର ତାରିଖ ସମସ୍ତଙ୍କୁ ଜଣାଥିବା ବେଳେ ମ୍ୟାଚର ସମୟକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। କାରଣ ଟି-୨୦ ମ୍ୟାଚ ତୁଳନାରେ ଦିନିକିଆ ମ୍ୟାଚର ସମୟ ସମ୍ପୂର୍ଣ୍ଣ ଭିନ୍ନ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ସମସ୍ତ ୫ଟି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧୨ଟା ୩୦ରେ ଆରମ୍ଭ ହୋଇଥିଲା। କିନ୍ତୁ ଦିନିକିଆ ମ୍ୟାଚର ସମୟ ଭିନ୍ନ ରହିଛି। ଅକଲାଣ୍ଡରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରେ ଆରମ୍ଭ ହେବ। ସେହିପରି ଟସ୍‌ ସକାଳ ୭ଟାରେ ପଡ଼ିବ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରୁ ଆରମ୍ଭ ହେବ। ଯଦି କୌଣସି କାରଣରୁ ମ୍ୟାଚରେ ବିଳମ୍ବ ନହୁଏ, ତେବେ ଏହା ଅପରାହ୍ଣ ୩ଟା ସୁଦ୍ଧା ଶେଷ ହୋଇଯିବ। ଅର୍ଥାତ୍‌ ସକାଳ ଚା’ ସହ ଆପଣ ଏହି ରୋମାଞ୍ଚକର ମ୍ୟାଚର ମଜା ନେଇପାରିବେ। ବିଶେଷ କଥା ହେଉଛି, ଏହି ଦିନିକିଆ ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଖେଳୁଥିବା ନଜର ଆସିବେ।

ଟିଭିରେ ଆପଣ ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲଗୁଡ଼ିକରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ। ସେହିପରି ମୋବାଇଲରେ Sony LIV ଆପ ମାଧ୍ୟମରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିହେବ। ହିନ୍ଦୀ ଓ ଇଂରାଜୀ ଉଭୟ ଭାଷାରେ କମେଣ୍ଟ୍ରି ଶୁଣିବାର ସୁବିଧା ରହିବ।

ପ୍ରଥମ ଦିନିକିଆ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ନମନ ଧୀର, ଋତୁରାଜ ଗାଏକୱାଡ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଅଂଶୁଲ କମ୍ବୋଜ, କେଏଲ ରାହୁଲ, ଇଶାନ କିଶନ, ଗୁରନୁର ବରାଡ଼, ମହମ୍ମଦ ସିରାଜ, ଆକିବ ନବି ଡାର, ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।