ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

Sep 17, 2026 - 19:11
ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ ଗଣେଶ ପୂଜା ପେଣ୍ଡାଲ ଭୁଶୁଡ଼ି ଭାଙ୍ଗି ଯାଇଥିବା ବେଳେ ସୌଭାଗ୍ୟବଶତଃ ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଯୋଗ୍ୟ, ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସାରେ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିବା ପରେ ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି।

ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତିକରି ୨୩ ତାରିଖ ମଧ୍ୟରେ ଏହା ଉପକୂଳ ଛୁଇଁବ। ତେଣୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳକୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।