ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ
ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ ରହିଥିବା ଖବର ପାଇଲା ପରେ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ଓ ବିଜେଡି ନେତା ଏହାକୁ ବିରୋଧ କରି ସର୍କିଟ ହାଉସ ପହଞ୍ଚି ପ୍ରତିବାଦ ଜଣାଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ଆଚରଣବିଧି ଉଲଘଂନ କରାଯାଇଥିବା ଅଭିଯୋଗ କରି ଏବିଭିପି ସମର୍ଥକଙ୍କୁ ଗୋଟିଏ ରୁମର ବାଥରୁମରେ ବନ୍ଦ କରିଦେଇଥିବା ଜଣାପଡିଛି । ଏହି ଘଟଣା ପରେ ସର୍କିଟ ହାଉସରେ ଉତ୍ତେଜନା ପ୍ରକାଶ ପାଇଛି ।
ବିଜେଡି ଓ ଏବିଭିପି ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଏବିଭିପି କଲେଜ ଛାତ୍ରଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ ଏବିଭିପି ପକ୍ଷରୁ ଲକ୍ଷ୍ମୀଯୋରର ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।