ବଲାଙ୍ଗୀର ସରକାରୀ କଲେଜରେ ସୁରୁଖୁରୁରେ ସରିଲା ନିର୍ବାଚନ

Oct 15, 2026 - 14:26
ବଲାଙ୍ଗୀର ସରକାରୀ କଲେଜରେ ସୁରୁଖୁରୁରେ ସରିଲା ନିର୍ବାଚନ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିଛି। ପ୍ରଥମଥର ପାଇଁ ଛାତ୍ରୀଛାତ୍ର ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିଥିବାରୁ ଉତ୍ସାହିତ ଥିବା କହିଛନ୍ତି। ଯେଉଁମାନେ ଆଜି ଛାତ୍ର ସଂସଦ ପ୍ରତିନିଧି ଭାବେ ନିର୍ବାଚିତ ହେବେ ସେମାନେ କଲେଜର ବିକାଶମୂଳକ କାର୍ଯ୍ୟ କରିବେ ବୋଲି ଛାତ୍ରୀଛାତ୍ର ଆଶା ରଖିଛନ୍ତି।

ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ୩ଟାରେ କାଉଣ୍ଟିଂ ଓ ୫ଟାରେ ମତଦାନ ଫଳାଫଳ ଘୋଷଣା କରାଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କୌତୁକ ପନ୍ଦର ସୂଚନା ଦେଇଛନ୍ତି। ୧୬ ତାରିଖ ସକାଳ ୧୧ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।