ବିଜୟା ଦଶମୀରେ ସଜେଇ ହେଲା ପାଟଣା ଓ ତୁରୁମୁଙ୍ଗା ଥାନା
ପାଟଣା, ୨୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ଓ ତୁରୁମୁଙ୍ଗା ଥାନାରେ ବିଜୟା ଦଶମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଉଭୟ ଥାନାକୁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା।
ଦୈନନ୍ଦିନ କର୍ତ୍ତବ୍ୟର ବ୍ୟସ୍ତତା ମଧ୍ୟରେ ପୁଲିସ କର୍ମଚାରୀମାନେ ଏହି ଦିନଟିକୁ ଉତ୍ସାହର ସହ ପାଳନ କରିଥିଲେ। ଉଭୟ ଥାନାରେ ଅପରାଧ ନହେବା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଥାନା ଅଧିକାରୀ ଦ୍ୱୟ ମା ଙ୍କୁ ମାଜଣା କରିଥଲେ।
ପାଟଣା ଥାନାରେ ଥାନାଧିକାରୀ କିରଣ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଶିବାନୀ ସାହୁ କର୍ତ୍ତା ଭାବେନୀତି କାନ୍ତି ରେଦେବ ନୀତି ସଂପନ୍ନ କରିଥଲେ।ପୂଜକ ତ୍ରିଲୋଚନ କର ପୂଜାର୍ଚ୍ଚନା କରିଥିଲେ।
ସେହିପରି ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ଦୀପ୍ତିରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ରଶ୍ମି ମିଶ୍ର ପୂଜାରେ କର୍ତ୍ତା ଭାବେ ନୀତି କାନ୍ତି ରେ ଦେବ ନୀତି ସଂପାଦନ କରିଥଲେ।ପୂଜକ ଗଣପତି ପୂଜାର୍ଚ୍ଚନା କରିଥିଲେ। ପୂଜା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଭୋଗ ଓ ଶଙ୍ଖୁଡ଼ି ବଣ୍ଟନ କରାଯାଇଥିଲା।
ପାଟଣା ଥାନାରେ ଏସଆଇ ଲକ୍ଷ୍ମଣ ମାଝି, ଏଏସଆଇ ଧନେଶ୍ୱର ପାତ୍ର ଓ ଜିତେନ୍ଦ୍ର ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତୁରୁମୁଙ୍ଗା ଥାନାରେ ଅତିରିକ୍ତ ଥାନାଧିକାରୀ ସବିତା ନାଏକ, ଏସଆଇ ସୁରେଶ କୁମାର ସାହୁ, ବୀରେନ୍ଦ୍ର କିଶୋର ବେହେରା ଓ କିଶୋର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।