ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

Sep 29, 2026 - 10:32
ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହେବା ପରେ ଏବେ ସେମିଫାଇନାଲ ଓ ଫାଇନାଲ୍‌କୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଯଦି ଆଗାମୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ବର୍ଷା ବାଧା ସାଜେ, ତେବେ ନିୟମ ଅନୁସାରେ ଭାରତର ପଦକ ଭାଗ୍ୟ ନିର୍ଣ୍ଣୟ ହେବ।

ଏସିଆନ ଗେମ୍ସର ନିୟମ ଅନୁଯାୟୀ, ନକଆଉଟ ପର୍ଯ୍ୟାୟର କୌଣସି ମ୍ୟାଚ ବର୍ଷା କିମ୍ବା ଅନ୍ୟ କାରଣରୁ ରଦ୍ଦ ହେଲେ ଭଲ ଆଇସିସି ରାଙ୍କିଙ୍ଗ ଥିବା ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟ ରାଙ୍କିଂର ଶୀର୍ଷରେ ରହିଛି। ତେଣୁ ରାଙ୍କିଂ ଆଧାରରେ ଭାରତର ସ୍ଥିତି ମଜଭୁତ ରହିଛି।

ଭାରତ ଏସିଆନ ଗେମ୍ସ ୨୦୨୬ର ସେମିଫାଇନାଲ୍ରେ ପହଞ୍ଚିସାରିଛି। ଅକ୍ଟୋବର ୧ରେ ଭାରତର ମୁକାବିଲା ଶ୍ରୀଲଙ୍କା ସହ ହେବାକୁ ଥିବାବେଳେ ଯଦି ଏହି ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୁଏ, ତେବେ ଭଲ ଆଇସିସି ରାଙ୍କିଙ୍ଗ ଆଧାରରେ ଭାରତ ଫାଇନାଲ୍‌କୁ ଉନ୍ନୀତ ହୋଇପାରିବ।

ତେବେ ଫାଇନାଲ ପାଇଁ ଏଥର ନିୟମରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୩ରେ ହେବାକୁ ଥିବା ଫାଇନାଲ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହେଲେ ଉଭୟ ଫାଇନାଲିଷ୍ଟ ଦଳକୁ ଯୁଗ୍ମ ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

ପୂର୍ବ ଏସିଆନ ଗେମ୍ସରେ ଫାଇନାଲ ବର୍ଷାରେ ଧୋଇଯିବା ପରେ ଭଲ ରାଙ୍କିଂ ଆଧାରରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିବା ପରେ ଏଥର ଫାଇନାଲ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି।

ଏହି ନିୟମ ଅନୁଯାୟୀ, ଅକ୍ଟୋବର ୧ର ସେମିଫାଇନାଲ ବର୍ଷା ଯୋଗୁ ରଦ୍ଦ ହେଲେ ଭାରତ ରାଙ୍କିଙ୍ଗ ଆଧାରରେ ଫାଇନାଲ୍‌କୁ ଯାଇପାରିବ। ଆଉ ଯଦି ଅକ୍ଟୋବର ୩ର ଫାଇନାଲ ମଧ୍ୟ ବର୍ଷା ଯୋଗୁ ଖେଳାଯାଇନପାରେ, ତେବେ ନିୟମ ଅନୁସାରେ ଫାଇନାଲ୍‌ରେ ପହଞ୍ଚିଥିବା ଉଭୟ ଦଳକୁ ସ୍ବର୍ଣ୍ଣ ପଦକ ମିଳିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।