ବୈତରଣୀ ନଦୀ ଥାଇ ବି ଚାଷଜମିକୁ ମିଳୁନି ପାଣି, ମରୁଡ଼ି ସମସ୍ୟା ନେଇ ୫୩ ନଂ ରାଜ୍ୟ ରାଜପଥ ଅବରୋଧ

Oct 22, 2026 - 12:27
ବୈତରଣୀ ନଦୀ ଥାଇ ବି ଚାଷଜମିକୁ ମିଳୁନି ପାଣି, ମରୁଡ଼ି ସମସ୍ୟା ନେଇ ୫୩ ନଂ ରାଜ୍ୟ ରାଜପଥ ଅବରୋଧ

ବଞ୍ଚୋ,୨୨ା୧୦(ପ୍ରଦୋଷ ବିଶ୍ୱାଳ ): ବୈତରଣୀ ନଦୀ ଓ କେନାଲ ଥାଇ ମଧ୍ୟ ଚାଷଜମିକୁ ମିଳୁନି ପାଣି । ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମରୁଡ଼ି ସମସ୍ୟା ଦେଖାଦେଇଛି । ଏହାକୁ ନେଇ କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମର ଉତ୍ତ୍ୟକ୍ତ ଗ୍ରାମବାସୀ ୫୩ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜଳସେଚନ ସୁବିଧା ଅଭାବରୁ ଗ୍ରାମର ହଜାର ହଜାର ଏକର ଚାଷଜମି ଶୁଖିଲା ପଡ଼ିଛି। ଚାଷ ପାଇଁ ଆବଶ୍ୟକ ପାଣି ମିଳୁନଥିବାରୁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନଦୀ ଓ କେନାଲ ନିକଟରେ ଥାଇ ମଧ୍ୟ ଚାଷଜମିକୁ ପାଣି ନପହଞ୍ଚିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି ।
ଚାଷୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଜଳସେଚନର ସୁବ୍ୟବସ୍ଥା ଦାବିରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଶାସନ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଚାଷଜମିକୁ ପାଣି ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।