ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

Oct 13, 2026 - 13:11
ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ ରହିଥିବା ବେଳେ ଗୋଟିଏ ଶରୀର ରହିଛି । କନ୍ଧମାଳ ଜିଲା ତୁମୁଡିବନ୍ଧ ତିତିପୁର ଗ୍ରାମରର ଜଣେ ମହିଳା ୨ ଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଉକ୍ତ ଶିଶୁଟି ତ୍ରିଲୋଚନ ମାଝୀଙ୍କ ପୁଅ ବୋଲି ଜଣାପଡିଛି । ଏଭଳି ବିରଳ ନବଜାତର ପରୀକ୍ଷା ନିରୀକ୍ଷା ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି ।

ଶିଶୁଟି ବର୍ତ୍ତମାନ ଏସଏନସିୟୁରେ ଚିକିତ୍ସିତ ହେଉଛନ୍ତି । ଶିଶୁଟିର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ରେଫର୍ କରାଯାଇଛି । ପୂର୍ବରୁ କନ୍ଧମାଳର ଦୁଇ ମୁଣ୍ଡିଆ ଜଗା-ବଳିଆ ଜନ୍ମ ହୋଇଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।