ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

Sep 21, 2026 - 14:38
ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ତାହା କ’ଣ ଜାଣନ୍ତି? ଆମ ପାଟି ଭିତରେ ସୃଷ୍ଟି ହେଉଥିବା ଲାଳ ବ୍ୟାକ୍ଟେରିଆକୁ ରୋକିବାରେ କେତେକାଂଶରେ ସହାୟକ ହୋଇଥାଏ। ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏକଥା ଜଣାପଡିଛି। ପାଟିର ଲାଳର କି କି ଅଧିକ ବିଶେଷତ୍ୱ ରହିଛି ତାହା ଉପରେ ସେମାନେ ଗବେଷଣା କରିଥିଲେ। ଉକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ପାଟିରେ ଥିବା ଲାଳରେ ଏଭଳି ତତ୍ତ୍ୱ ରହିଛି, ଯାହା ବ୍ୟାକ୍ଟେରିଆମାନଙ୍କର ବଂଶ ବୃଦ୍ଧିକୁ କେତେକାଂଶରେ ରୋକିପାରେ। ତା’ସହ ଏହି ଲାଳ ସଂସ୍ପର୍ଶରେ ଆସି କେତେକ ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଇଥାଆନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।