ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

Sep 09, 2026 - 13:18
ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ କମ୍ପାନୀ (ଡିପିସିଏଲ୍‌)ର ଅନ୍ୟାୟ ଓ ଅନୀତି ବିରୋଧରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ସଂଘ ପକ୍ଷରୁ ଜନଆକ୍ରୋଶ ସମାବେଶ ସହ ଏହି ରେଳପଥ ଅବରୋଧ କରାଯାଇଥିବା ଜଣାଯାଇଛି।

ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ, ରେଳପଥରେ ଜମି ରହୁଥିବା ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରି ଲୋକମାନଙ୍କୁ ଜଳବନ୍ଦୀରୁ ମୁକ୍ତ କରିବା, ଗାଡ଼ି ମାଲିକମାନଙ୍କୁ ସୁବିଧାସୁଯୋଗ ପ୍ରଦାନ କରିବା ଆଦି ଦାବି ଆନ୍ଦୋଳନକାରୀମାନେ ଉପସ୍ଥାପନ କରିଛନ୍ତି।

ବିକାଶ ପରିଷଦର ଜିଲା ସଭାପତି ଶୁଭେନ୍ଦୁ ରାୟମହାପାତ୍ର, ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଅମରେନ୍ଦ୍ର ଦାସ, ସନ୍ତୋଷ ମଲ୍ଲିକ, ଧୀରେନ୍ଦ୍ର ବେହେରା, ଚନ୍ଦନ ନାୟକ, ସନ୍ଥ ଚରଣ ବିଶ୍ୱାଳ ଓ ସୁଦର୍ଶନ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।