ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

Oct 27, 2026 - 15:47
ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ ଛକା ଏତେ ଜୋରରେ ଯାଇଥିଲା ଯେ ବାଉଣ୍ଡାରୀ ପାଖରେ ଠିଆ ହୋଇଥିବା ଜଣେ କର୍ମଚାରୀଙ୍କ ମୁଣ୍ଡରେ ବଲ ବାଜିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଦୃଶ୍ୟ ଦେଖି ମିଚେଲ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଶଟ ଖେଳିବା ପରେ ସେ ନିଜ ମୁହଁ ଲୁଚାଇ ଆଖି ବନ୍ଦ କରିଦେଇଥିଲେ।

ୱେଲିଂଟନ ମଇଦାନରେ ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲ ଓ ଫିନ ଆଲେନ ଦମ୍‌ଦାର ବ୍ୟାଟିଂ କରୁଥିଲେ। ଏହି ସମୟରେ ମ୍ୟାଚ୍‌ର ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ମିଚେଲ ଏକ ଜୋରଦାର ପୁଲ ଶଟ ଖେଳିଥିଲେ। ବଲ୍‌ଟି ଦ୍ରୁତ ଗତିରେ ବାଉଣ୍ଡାରୀ ଆଡ଼କୁ ଯାଇଥିଲା।

ସେଠାରେ ଦର୍ଶକଙ୍କ ଆଡ଼କୁ ଚାହିଁ ଠିଆ ହୋଇଥିବା ଜଣେ ଷ୍ଟିୱାର୍ଡଙ୍କ ମୁଣ୍ଡ ପଛପଟେ ବଲ୍ଟି ବାଜିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଯଦି ବଲ୍‌ଟି ତାଙ୍କ ମୁଣ୍ଡରେ ବାଜିଥାନ୍ତା, ତେବେ ସେ ଗୁରୁତର ଆହତ ହୋଇପାରିଥାନ୍ତେ। ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ମିଚେଲ ଶଟ ଖେଳିବା ପରେ ମୁହଁ ଲୁଚାଇ ଦେଇଥିଲେ।
ଏହି ମ୍ୟାଚ୍‌ରେ ଫିନ ଆଲେନ ଓ ଡାରିଲ ମିଚେଲ ନ୍ୟୁଜିଲାଣ୍ଡ ପାଇଁ ଦ୍ୱିତୀୟ ଉଇକେଟ୍‌ ଦ୍ରୁତ ରନ ସଂଗ୍ରହ କରିଥିଲେ। ଉଭୟ ବ୍ୟାଟର୍‌ ମିଶି ମାତ୍ର ୪୩ଟି ବଲ୍‌ରେ ୮୬ ରନ ଯୋଡ଼ିଥିଲେ। ଏହି ଭାଗୀଦାରିରେ ଡାରିଲ ମିଚେଲ ୨୦ଟି ବଲ୍‌ରୁ ୪୦ ରନ କରିଥିବାବେଳେ ଫିନ ଆଲେନ ମଧ୍ୟ ୨୩ଟି ବଲ୍‌ରୁ ୪୦ ରନ ସଂଗ୍ରହ କରିଥିଲେ।
ନ୍ୟୁଜିଲାଣ୍ଡର ଏହି ଦ୍ରୁତ ଭାଗୀଦାରିକୁ ଭାରତୀୟ ବୋଲର ନୀତୀଶ କୁମାର ରେଡ୍ଡୀ ଭାଙ୍ଗିଥିଲେ। ତାଙ୍କ ବଲ୍‌ରୁ ବଡ଼ ଶଟ ଖେଳିବାକୁ ଯାଇ ଫିନ ଆଲେନ ଆଉଟ ହୋଇଥିଲେ। ଲଙ୍ଗ ଅନ୍‌ରେ ଠିଆ ହୋଇଥିବା ନମନ ଧୀର ଏକ ଚମତ୍କାର କ୍ୟାଚ ଧରି ଆଲେନଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।