ଭାରତ-ଶ୍ରୀଲଙ୍କା ମ୍ୟାଚ୍ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…
ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍ ନୁହେଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଦେବଜିତ ସାଇକିଆ ପ୍ରକାଶ କରିଛନ୍ତି।
ସାଇକିଆ କହିଛନ୍ତି, ଏକ ମାନକ ନୀତି ଅନୁସାରେ ଡିସେମ୍ବର ୧୩ରେ ଏହି ମ୍ୟାଚ୍ର ଆୟୋଜନ ଅଧିକାର ଦିଲ୍ଲୀକୁ ଦିଆଯାଇଛି। ଭେନ୍ୟୁରେ ପରିବର୍ତ୍ତନ କରାଯିବାର କୌଣସି ସମ୍ଭାବନା ନାହିଁ।
ରିପୋର୍ଟ ଅନୁସାରେ ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ମ୍ୟାଚ୍କୁ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର କରାଯାଇଛି; ଯେଉଁଠାରେ କି ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ତର୍ଜାତୀୟ ଦିନିକିଆ ସିରିଜ ବ୍ୟତୀତ ଶ୍ରୀଲଙ୍କା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।