ମମତାଙ୍କୁ ଛୁରାମାଡ଼ ଉଦ୍ୟମ: ମହିଳା ଅଟକ
କୋଲକାତା,୧୪ା୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଛୁରାମାଡ଼ ଉଦ୍ୟମ ହୋଇଥିଲା। ଜଣେ ମହିଳା ଛୁରି ନେଇ ମମତାଙ୍କ କୋଲକାତାର କାଳୀଘାଟସ୍ଥିତ ଘର ନିକଟରେ ପହଞ୍ଚତ୍ଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସନ୍ଧ୍ୟା ୬ଟାରେ ମମତା ଅନ୍ୟ ଟିଏମ୍ସି ନେତାଙ୍କ ସହ ଏକ ଦୁର୍ଗାପୂଜା ପେଣ୍ଡାଲ ଉଦ୍ଘାଟନ ପାଇଁ ବାହାରୁଥିବାବେଳେ ଆକ୍ରମଣ ହୋଇଥିଲା। କାଳୀଘାଟ ଥାନାରେ ଦାଏର ଅଭିଯୋଗ ଅନୁଯାୟୀ, ତନିଷ୍ଠା ଶାହା ନାମ୍ନୀ ମହିଳା ନିଶାସକ୍ତ ଅବସ୍ଥାରେ ମମତାଙ୍କୁ ଗାଳିଦେବା ସହ ଛୁରି ଧରି ଆକ୍ରମଣାତ୍ମକ ଭାବେ ତାଙ୍କ ପାଖରେ ପହଞ୍ଚତ୍ବାକୁ ଉଦ୍ୟମ କରିଥିଲେ ବୋଲି ରାଜ୍ୟ ସଭା ସଦସ୍ୟ ଦୋଳ ସେନ୍ କହିଛନ୍ତି। ମମତାଙ୍କୁ ମିଳୁଥିବା ଜେଡ୍-ପ୍ଲସ୍ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ ସେନ୍ ଚିନ୍ତାବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।