ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା
ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍ର ନୂତନ ପୋଷାକ ନିର୍ମାଣ ୟୁନିଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମୟରେ ପିଏମ ମୋଦି ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଜଣେ ମହିଳା କର୍ମଚାରୀ ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ଏହା ଶୁଣି ପ୍ରଧାନମନ୍ତ୍ରୀ ମଜାଳିଆ ଢଙ୍ଗରେ କହିଥିଲେ, ଏଥିପାଇଁ ଯୋଗୀଜୀଙ୍କୁ ଧନ୍ୟବାଦ ଦିଅନ୍ତୁ। ତାଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ଲୋକେ ହସି ଉଠିଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବାରାଣସୀ ଗସ୍ତ ସମୟରେ ପିଏମ ମୋଦି ଅରବିନ୍ଦ ଲିମିଟେଡ୍ର ନୂତନ ଗାର୍ମେଣ୍ଟ ନିର୍ମାଣ ୟୁନିଟ୍ର ଉଦ୍ଘାଟନ କରିବା ସହ କର୍ମଚାରୀଙ୍କ ସହ କଥା ହୋଇଥିଲେ। ଏହି ଆଲୋଚନା ସମୟରେ ଜଣେ ମହିଳା କର୍ମଚାରୀ କହିଥିଲେ, ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆସିଥିବାରୁ ସେ ଘରୁ ବାହାରି କାମ କରିବାର ସୁଯୋଗ ପାଇଛନ୍ତି। ମହିଳାଙ୍କ ଏହି ମତ ଶୁଣି ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଡ଼କୁ ଇଙ୍ଗିତ କରି ତାଙ୍କୁ ଧନ୍ୟବାଦ ଦେବାକୁ କହିଥିଲେ।
କାର୍ଯ୍ୟକ୍ରମରେ ବାୟୁସେନାର ବିମାନଗୁଡ଼ିକର ଆକାଶୀୟ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଶିଳ୍ପ ବିକାଶ, ମହିଳାଙ୍କ ନିଯୁକ୍ତି ଓ ବାୟୁସେନାର ଗୌରବଏହି ତିନୋଟି ବିଷୟ ଗୁରୁତ୍ୱ ପାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।