ମାଡ଼ି ଆସୁଛି ବାତ୍ୟା: ଗୋପାଳପୁର ବନ୍ଦର ପରିଦର୍ଶନ କଲେ ବିଧାୟକ
ଛତ୍ରପୁର,୨୭।୧୦(ଦଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଙ୍ଗଳବାର ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଗୋପାଳପୁର ବନ୍ଦର ଏବଂ ଜେଟି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବାତ୍ୟାର ପ୍ରଭାବ ଏବଂ ସାମୁଦ୍ରିକ ପରିସ୍ଥିତି ସମ୍ପର୍କରେ ସେ ଅବଗତ ହେବା ସହ ଆବଶ୍ୟକ ପ୍ରସ୍ତୁତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ବାତ୍ୟାଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଧାୟକ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଓ ଡଙ୍ଗାଗୁଡ଼ିକର ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ଅଧିକାରୀଙ୍କୁ କହିଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ପଶୁସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଧାୟକ ନାୟକ କହିଛନ୍ତି। ଏହି ସମୟରେ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସତର୍କ ଓ ସଚେତନ ରହିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।