ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

Nov 05, 2026 - 19:15
ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

ବଡ଼ଗାଁ,୫।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗାଁ ନିକଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ରାଜପଥ ପାର୍ଶ୍ବରେ ବନ୍ଦ ଥିବା ଏକ ଝାଟିମାଟି ଦୋକାନ ଘର ବାରଣ୍ଡାରେ ଜର୍ମାନ ସେଫଡ ପ୍ରଜାତିର ଏକ କୁକୁର ୧୮ ଦିନ ହେଲା ଭୋକ ଶୋଷରେ ପଡିରହି ମାଲିକକୁ ଅପେକ୍ଷା କରିରହିଥିଲା। କୁକୁରଟି ତାଲିମ୍ ପାଇଥିବାରୁ ମାଲିକ ଯେଉଁଠାରେ ଛାଡି ଚାଲିଯାଇଛନ୍ତି ସେହି ସ୍ଥାନ ଛାଡି ଯାଉନଥିଲା।

ଆଖପାଖକୁ ମଧ୍ୟ କାହାକୁ ଯିବାକୁ ଦେଉନଥିଲା। ସ୍ଥାନୀୟ ଲୋକେ ଖାଇବାକୁ ଦେଲେ ମଧ୍ୟ ସେ ଖାଉନଥିବା ଅଭିଯୋଗ ହୋଇଛି ।ତେବେ ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ କେନ୍ଦୁଝରର ଜାଠୁ ଆରବ ପେଟ ବ୍ଲଗର ତଥା ପ୍ରାଣୀଙ୍କ ପ୍ରିତି ଦରଦି ମଣିଷ ଶୁଭ୍ରାଂଶୁ ମହାନ୍ତି କୁକୁରକୁ ଉଦ୍ଧାର କରିବା ପାଇଁ ତାଙ୍କ ସହଯୋଗୀ ରାଜଗାଙ୍ଗପୁରର ତାପସ ଭଟାଚାର୍ଜ୍ୟଙ୍କୁ ପଠାଇଥିଲେ। ଗୁରୁବାର ପୂର୍ବାହ୍ନ ୧୨ ଟାରେ ବଡ଼ଗାଁ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀଙ୍କ ସହଯୋଗରେ ଶାନ୍ତ ହେବାପାଇଁ ଔଷଧ ଦେଲାପରେ କୁକୁରକୁ ଉଦ୍ଧାର କରି କେନ୍ଦୁଝରକୁ ପଠାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।