ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ
ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ୧୭ଜଣିଆ ବିହାର ସିନିୟର ଦଳର ଅଧିନାୟକ ମନୋନୀତ କରାଯାଇଛି।
ବିହାର କ୍ରିକେଟ ଆସୋସିଏଶନ (ବିସିଏ) ସୂରଜ କାଶ୍ୟପଙ୍କୁ ଦଳର ଉପ-ଅଧିନାୟକ ଘୋଷଣା କରିଛି। ବିହାର ଟୁର୍ନାମେଣ୍ଟର ଗ୍ରୁପ୍ ‘ଡି’ରେ ସ୍ଥାନ ପାଇଛି। ଏଥିରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ଦିଲ୍ଲୀ ହରିୟାଣା, ଜମ୍ମୁକଶ୍ମୀର, ପଞ୍ଜାବ, ରେଲଓ୍ବେ, ସୌରାଷ୍ଟ୍ର ଓ ତାମିଲନାଡୁ।
ଇନ୍ଦୋରରେ ନଭେମ୍ବର ୧୪ରେ ସୌରାଷ୍ଟ୍ର ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ବିସିଏ ସଭାପତି ହର୍ଷ ବର୍ଦ୍ଧନ କହିଛନ୍ତି, ଦଳକୁ ନେତୃତ୍ୱ ନେବାର ଅଭିଜ୍ଞତା ହାସଲ କରିବା ଲାଗି ବୈଭବଙ୍କୁ କେବଳ ପ୍ରଥମ ଦୁଇଟି ମ୍ୟାଚର ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସରୁ ପ୍ରତିନିଧିତ୍ୱ କରୁଥିବା ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ଟି୨୦ରେ ଭାରତୀୟ ଦଳରୁ ଇତିମଧ୍ୟରେ ୧୦ଟି ମ୍ୟାଚ ଖେଳି ସାରିଛନ୍ତି। ଆଇପିଏଲ୍ ୨୦୨୬ରେ ସେ ଟପ୍ ରନ ସ୍କୋରର ଥିଲେ। ସେ ୨୩୭ରୁ ଅଧିକ ଷ୍ଟ୍ରାଇକ୍୍ରେଟ୍ରେ ୧୬ଟି ଇନିଂସରେ ୭୭୬ ରନ ସଂଗ୍ରହ କରିଥିଲେ। ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ଫାଇନାଲ ୧୦୦ ବିଜୟ ମ୍ୟାଚ୍ରେ ସେ ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମାତ୍ର ୮୦ ବଲ୍ରେ ୧୭୫ ରନ ସଂଗ୍ରହ କରିଥିଲେ। ଏହି ବାମହାତୀ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ୧୯ ବଲ୍ରୁ ୪୫ ରନ କରିବା ସହ ଅଭିଷେକ ଶର୍ମାଙ୍କ ସହ ଓପନିଂ ପାର୍ଟନରଶିପ୍ରେ ୧୩୩ ରନ ଯୋଗ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।