ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

Sep 21, 2026 - 15:21
ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଫଳରେ ଡଙ୍ଗରଦେବୀ ମନ୍ଦିର ନିକଟରେ ୨ ଜଣଙ୍କୁ ଧରିଲେ ସ୍ଥାନୀୟ ବାସିନ୍ଦା। ଏଭଳି ଘଟଣା ଘଟିଛି ଜୟପୁର ସହରର ତାରିଣୀ ଛକ ନିକଟରେ । ଗ୍ରାମବାସୀ ତାଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି ।

ଖବର ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଦୁଇଜଣ ମହିଳା ନିଜ କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ ବାଇକରେ ଆସି ଦୁଇଜଣ ଯୁବକ ପଛପଟୁ ମୋବାଇଲ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ମୋବାଇଲ ନେଇ ଦ୍ରୁତ ଗତିରେ ଫେରାର ହେଉଥିବା ବେଳେ ତାରିଣୀ ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇଥିଲା । ଏହି ସମୟରେ ଜଣେ ଛୋଟ ଶିଶୁଙ୍କୁ ଧକ୍କା ଦେଇ ଦୁଇଜଣ ତଳେ ପଡିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଦୁଇଜଣଙ୍କୁ କାବୁ କରି ଅଟକାଇଥିଲେ । ପରେ ସେମାନଙ୍କୁ ଜୟପୁର ଟାଉନ ପୋଲିସ ହସ୍ତାନ୍ତର କରାଯାଇଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।