ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍କେର ଗୁରୁଦାୟିତ୍ୱ
ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରେ ନୂଆ ବୋଲିଂ କୋଚ୍ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍କେ ପାଇଁ ୪ ସିଜନ ଖେଳିଥିଲେ ଏବଂ ସେ ଏରିକ ସିମନ୍ସଙ୍କ ଦାୟିତ୍ୱ ତୁଲାଇବେ।
ମୋହିତ ନବନିଯୁକ୍ତ ମୁଖ୍ୟ କୋଚ୍ ଜାହିର ଖାନ୍ଙ୍କ ଅଧୀନରେ କାର୍ଯ୍ୟ କରିବେ। ଭାରତ ପାଇଁ ମୋଟ୍ ୮ଟି ଟି୨୦ ମ୍ୟାଚ୍ ଖେଳିଥିବା ମୋହିତ ୨୦୨୫ରେ ଆଇପିଏଲ୍ ଖେଳିବା ପରେ ଗତ ବର୍ଷ ଡିସେମ୍ବରରେ ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ। ସେ ସିଏସ୍କେ ପାଇଁ ୪୮ ମ୍ୟାଚ୍ ଖେଳିଥିଲେ। ୫ ଥରର ଚାମ୍ପିୟନ ସିଏସ୍କେ ଗତ ୩ ସଂସ୍କରଣରେ ପ୍ଲେଅଫ୍ସକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହେବା ପରେ ଦଳର ଦୀର୍ଘଦିନର ମୁଖ୍ୟ କୋଚ୍ ଷ୍ଟିଫେନ ଫ୍ଲେମିଂଙ୍କ ସହ ସମ୍ପର୍କ ଛିନ୍ନ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।