ରଜନୀକାନ୍ତଙ୍କ ବଡ଼ ପ୍ରଶଂସକ ସଞ୍ଜୁ ସାମସନ୍‌! ଜେଲର-୨ ଦେଖିବାକୁ କଲେ ଏଭଳି କାମ, ବଢୁଛି ଚର୍ଚ୍ଚା

Oct 20, 2026 - 11:38
ରଜନୀକାନ୍ତଙ୍କ ବଡ଼ ପ୍ରଶଂସକ ସଞ୍ଜୁ ସାମସନ୍‌! ଜେଲର-୨ ଦେଖିବାକୁ କଲେ ଏଭଳି କାମ, ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟର ସଞ୍ଜୁ ସାମସନ୍‌ ହେଉଛନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ବଡ଼ ପ୍ରଶଂସକ । ରଜନୀକାନ୍ତଙ୍କ ପ୍ରତି ତାଙ୍କର ଏହି ଭଲପାଇବା ଏବେ ଚର୍ଚ୍ଚାରେ । ନିଜ ପ୍ରିୟ ଅଭିନେତାଙ୍କ ଫିଲ୍ମ ଦେଖିବା ପାଇଁ ସଞ୍ଜୁ ଏପରି କିଛି କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର-୨’ ଦେଖିବା ପାଇଁ ସେ ପୂରା ସିନେମା ହଲ୍‌ ବୁକ୍‌ କରିଥିବା ଜଣାପଡ଼ିଛି ।

ସଞ୍ଜୁ କହିଛନ୍ତି, ତାଙ୍କୁ ରଜନୀ ସାର୍‌ଙ୍କ ଫିଲ୍ମ ଦେଖିବାକୁ ବହୁତ ଭଲ ଲାଗେ। ସେ ସବୁବେଳେ ରଜନୀକାନ୍ତଙ୍କ ନୂଆ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି । ତେବେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଥିବାରୁ ସେ ଦିନକ ପୂର୍ବରୁ ଫିଲ୍ମ ଦେଖିପାରି ନଥିଲେ। ସଞ୍ଜୁ କହିଛନ୍ତି, “ମୁଁ ରଜନୀ ସାର୍‌ଙ୍କ ଫିଲ୍ମ ଦେଖିବାକୁ ବହୁତ ଭଲ ପାଏ। ତାଙ୍କର ଯେତେ ଅଧିକ ଫିଲ୍ମ ଦେଖିପାରିବି, ସେତେ ଭଲ। ଆଜି ଭାଗ୍ୟବଶତଃ ପୂରା ସିନେମା ହଲ୍‌ ବୁକ୍‌ କରିବାର ସୁଯୋଗ ମିଳିଛି । ମୁଁ ମୋ ସାଙ୍ଗମାନଙ୍କୁ ଡାକିଛି ଏବଂ ମୋ ପତ୍ନୀ ମଧ୍ୟ ମୋ ସହ ଅଛନ୍ତି । ବଡ଼ ପରଦାରେ ରଜନୀ ସାର୍‌ଙ୍କୁ ଦେଖିବା ପାଇଁ ମୁଁ ବହୁତ ଉତ୍ସାହିତ।”

ଗୋଟିଏ ପଟେ ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସଞ୍ଜୁ ଉତ୍ସାହିତ ଥିବାବେଳେ, ଅନ୍ୟପଟେ ତାଙ୍କ ନଜର ଆଗାମୀ କ୍ରିକେଟ ସିରିଜ୍‌ ଉପରେ ରହିଛି । ଅକ୍ଟୋବର ୨୨ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଟି-୨୦ ସିରିଜ୍‌ ଆରମ୍ଭ ହେବ। ସିରିଜ୍‌ ପ୍ରସ୍ତୁତି ସମ୍ପର୍କରେ ସଞ୍ଜୁ କହିଛନ୍ତି, ବର୍ତ୍ତମାନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ଅଭ୍ୟାସ ଓ ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳୁନାହିଁ। ଏଭଳି ସ୍ଥିତିରେ ଅଭିଜ୍ଞତା ହିଁ କାମରେ ଆସେ। ଖେଳାଳିମାନେ ମାନସିକ ଭାବେ ନିଜକୁ ପ୍ରସ୍ତୁତ ରଖିବା ସହ ମିଳୁଥିବା ସମୟର ସଠିକ୍‌ ବ୍ୟବହାର କରିବା ଆବଶ୍ୟକ।

ସେ ଆହୁରି କହିଛନ୍ତି, ଦଳ ପାଖରେ ବ୍ୟାଟିଂ ଅଭ୍ୟାସ ପାଇଁ ମାତ୍ର ଗୋଟିଏ ଦିନ ରହିଛି । ଅକ୍ଟୋବର ୨୦ରେ ନ୍ୟୁଜିଲାଣ୍ଡରେ ପହଞ୍ଚିବା ପରେ ୨୧ ତାରିଖରେ ଅଭ୍ୟାସ ଏବଂ ୨୨ ତାରିଖରେ ମ୍ୟାଚ୍‌ ଖେଳିବାକୁ ପଡ଼ିବ । ନୂଆ ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇବାକୁ କିଛି ସମୟ ଲାଗିବ। ତେଣୁ ପ୍ରଥମ କିଛି ବଲ୍‌ରୁ ପିଚ୍‌ ଓ ପରିସ୍ଥିତିକୁ ବୁଝିବା ସହ ନିଜ ଅଭିଜ୍ଞତାକୁ ଉପଯୋଗ କରି ଖେଳିବାକୁ ଦଳ ଚେଷ୍ଟା କରିବ ବୋଲି ସଞ୍ଜୁ କହିଛନ୍ତି।

ଏବେ ରଜନୀକାନ୍ତଙ୍କ ପ୍ରତି ସଞ୍ଜୁଙ୍କ ଏହି ଭଲପାଇବା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ କ୍ରିକେଟପ୍ରେମୀଙ୍କ ନଜର ରହିବ।

ଭାରତୀୟ କ୍ରିକେଟର ସଞ୍ଜୁ ସାମସନ୍‌ ହେଉଛନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ବଡ଼ ପ୍ରଶଂସକ। ରଜନୀକାନ୍ତଙ୍କ ପ୍ରତି ତାଙ୍କର ଏହି ଭଲପାଇବା ଏବେ ଚର୍ଚ୍ଚାରେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।