ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

Sep 13, 2026 - 16:37
ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope
ମେଷ
ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି। ଶିକ୍ଷା, ସନ୍ତାନ, ଆଲୋଚନା ଏବଂ ରଚନାମତ୍କ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଶାରୀରିକ ସୁସ୍ଥତା ଫେରି ଆସୁଥିବାରୁ ଆଶ୍ୱସ୍ତି ଲାଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ ହାସଲ କରିବାରେ ସମର୍ଥ ହେବେ। ନିକଟସ୍ଥ ପାଖ ପଡୋଶୀମାନେ ଆପଣଙ୍କ ନିକଟରୁ ସହାୟତା ଆଶା କରିପାରନ୍ତି। ସଙ୍ଗୀତ, ସାହିତ୍ୟ, କ୍ରୀଡା କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ପାରସ୍ପରିକ ମତଭେଦ କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ। ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁସତ୍ାହିତ କରିପାରେ । ଆଜି ପରିବହନ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଦୀର୍ଘଦିନର ଅସଜଡା ପରିସ୍ଥିତି ସମାଧାନ ହେବାରୁ ଆନନ୍ଦ ଅନୁଭବ କରିବେ। ପାରିବାରିକ ସମସ୍ୟାକୁ ନେଇ ଅସୁବିଧାରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ ଅସୁବିଧା ସୁଧାରିବାରେ ସାହାଯ୍ୟ କରିବେ। ବାଣିଜ୍ୟ, ପରିବହନ, ସଭାସମିତି କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନିର୍ମାଣ କାର୍ଯ୍ୟ, ଇଣ୍ଟରଭ୍ୟୁ, ଦୂରଯାତ୍ରା ପାଇଁ ଦିନଟି ମନ୍ଦ ହେବନାହିଁ।
ସି˚ହ
ସି˚ହ
ସାଧାରଣ କଥାରେ ଉତ୍ତେଜିତ ହୋଇ ବୟସ୍କବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ମନସ୍ତାପ କରିବେ। ଜମିଜମା କଥା, ସରକାରୀ କାମ, ଆନୁଷ୍ଠାନିକ ଦାୟିତ୍ୱ, ବନ୍ଧୁମିଳନ କ୍ଷେତ୍ରରେ ସୁଫଳ ପାଇବେ। ସକାଳୁ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଆକସ୍ମିକ ଭାବରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
ଅଟକି ରହିଥିବା କାମ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପାରିବାରିକ ଅଶାନ୍ତିକୁ ଦୂରେଇବାରେ ସମର୍ଥ ଓ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟସ୍ଥଳରେ ହଇରାଣ ହରକତ ହେବାକୁ ପଡିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ତାହାର ଆପଣଙ୍କ ପ୍ରତି ଥିବା ଭଲ ମନୋଭାବକୁ ବଦଳାଇଦେବାର ଆଶଙ୍କା ରହିଛି।
ତୁଳା
ତୁଳା
ସାମୂହିକ କାର୍ଯ୍ୟ, ସଂଗଠନ, ଟେକ୍‌ନିକାଲ ସମ୍ପର୍କିତ କାର୍ଯ୍ୟ, କଣ୍ଟ୍ରାକ୍ଟରି, ଲୈାହ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ। ଦୀର୍ଘମିଆଦୀ ଯାଜନା ଫସର ଫାଟିଯିବାରୁ ମନ ଭଲ ରହି ନ ପାରେ। ବିଶାଖା ନକ୍ଷତ୍ର ପାଇଁ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି।
ବିଛା
ବିଛା
ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇଦେବ। କର୍ମକ୍ଷେତ୍ରରେ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିବେ। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଯାହା କରନ୍ତୁନା କାହିଁକି ଆଶା ଓ ବିଶ୍ୱାସର ସହ କାମ କରି ଚାଲିଲେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆଜି ଗୃହୋପଯୋଗୀ ପ୍ଲଟ, ବିଦ୍ୟୁତ୍‌ ବ୍ୟବସାୟ, ମୃତ୍ତିକା ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରୋସତ୍ାହନ ପାଇପାରନ୍ତି। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବ୍ୟବସାୟ, ପରିବହନରେ କ୍ଷତିର ଭରଣା ସକାଶେ ପ୍ରଯନତ୍ କରିବେ।
ମକର
ମକର
ଅସୁସ୍ଥତା କାରଣରୁ ମାନସିକ ଅସ୍ଥିରତା ଲାଗିରହିବ। ଆଜି ଯେ କୈାଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ମନସ୍ଥ କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା,ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ଓଲଟି ଦୋଷାରୋପ କରିପାରନ୍ତି।
କୁମ୍ଭ
କୁମ୍ଭ
କରଜଦାତାଙ୍କ ଚାପ ହେତୁ ଋଣ ପରିଶୋଧ ସକାଶେ ବ୍ୟସ୍ତତା ବୃଦ୍ଧିପାଇବ। ପାରିବାରିକ ଶୃଙ୍ଖଳା ରକ୍ଷା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିବ। ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି। ଯାତ୍ରା ସମୟରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
ମୀନମୀନ
ଆଜି ଲକ୍ଷ୍ୟ ହାସଲରେ କୃତକାର୍ଯ୍ୟ ହେବେ ତଥାପି ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟିକରିବ। ପଦାଧିକାରୀଙ୍କ ନିର୍ଦ୍ଦେଶରେ ଗୁରୁଦାୟିତ୍ୱ ବହନ କରି କର୍ମଜଞ୍ଜାଳ ବୃଦ୍ଧି ପାଇପାରେ। ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଯୋଗୁ ସାମୟିକ ବ୍ୟସ୍ତତା ଅନୁଭବ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।