ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତି ହୋଇପଡ଼ିଥିବା ଜଣାପଡ଼ିଛି। ଗଞ୍ଜାମ ବ୍ଲକ ଝାରେଡ଼ି ରାଧା ଗୋବିନ୍ଦପୁର, ସାନ ରାମଚନ୍ଦ୍ର, ରାମଗଡ଼ ଓ ସୁବଳୟା ପଞ୍ଚାୟତବାସୀ ଚାଷବାସ କରି ଜୀବିକା ନିର୍ବାହ କରିଥାନ୍ତି।
ଲଗାଣ ବର୍ଷା ସେମାନଙ୍କ ଜୀବନଜୀବିକା କ୍ଷେତ୍ରରେ ବାଧକ ସାଜିଛି। ଶସ୍ୟକ୍ଷେତ୍ରରେ ବର୍ତ୍ତମାନ ଫୁଲକୋବି, ଭେଣ୍ଡି, ତମାଟ, କାଙ୍କଡ଼ ଓ ଧାନ ଲାଗିଥିବା ବେଳେ ବର୍ଷାରେ ଉକ୍ତ ଆଳା ପଚି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି।
ଚାଷୀମାନେ ବିଭିନ୍ନ ବ୍ୟାଙ୍କଠାରୁ ଋଣ ଆଣି ଚାଷ କରିଥିଲେ। ବର୍ତ୍ତମାନ କୋବି କିଲୋ ବିକ୍ରି ହେଉତାହା ନଷ୍ଟ ହୋଇପଡୁଥିବାରୁ ସେଥିରୁ ଲକ୍ଷାଧିକ ଟଙ୍କା ଆଦାୟ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ଫସଲ ପଚି ନଷ୍ଟ ହୋଇପଡ଼ିଥିବା ଦେଖି ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି। ବ୍ୟାଙ୍କ ଋଣ ଚାଷୀ କିପରି ଋଣ ପରିଶୋଧ କରିବ ସେନେଇ ଚିନ୍ତିତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଯୁବ ଚାଷୀ ହେମନ୍ତ ନାହାକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଅନ୍ତୁ ବୋଲି ଚାଷୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।