ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!
ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ କରିଛନ୍ତି। ୮୦ ବର୍ଷୀୟ ଲୁଲାଙ୍କୁ ୫୧.୭୫ ପ୍ରତିଶତ ଭୋଟ ମିଳିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପୁଅ ଫ୍ଲାଭିଓଙ୍କୁ ୪୮.୨୫ ପ୍ରତିଶତ ଭୋଟ ମିଳିଛି।
ବ୍ରାଜିଲର ନିର୍ବାଚନ ପ୍ରାଧିକରଣ ଏହି ଫଳାଫଳକୁ ନିଶ୍ଚିତ କରିଛି। ଏହି ବିଜୟ ଐତିହାସିକ, କାରଣ ୧୯୮୫ରେ ସାମରିକ ଏକଛତ୍ରବାଦ ଶାସନର ଅନ୍ତ ହେବା ପରେ ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପଛରେ ରହିବା ସତ୍ତ୍ୱେ ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହୋଇଛନ୍ତି। ଏହି ଫଳାଫଳ ଦ୍ୱାରା ଲାଟିନ ଆମେରିକାର ସର୍ବବୃହତ୍ ଅର୍ଥନୀତି ବ୍ରାଜିଲରେ ବାମପନ୍ଥୀ ନେତୃତ୍ୱ ବଜାୟ ରହିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।