ଶନିଙ୍କ ରାଶିକୁ ଚଳନ କରିବେ ରାହୁ: କର୍କଟ ସମେତ ୪ ରାଶିଙ୍କ ଉପରେ ହେବ ଧନବର୍ଷା! ଚାକିରିରେ ବଡ଼ ପଦୋନ୍ନତି

Nov 03, 2026 - 16:44
ଶନିଙ୍କ ରାଶିକୁ ଚଳନ କରିବେ ରାହୁ: କର୍କଟ ସମେତ ୪ ରାଶିଙ୍କ ଉପରେ ହେବ ଧନବର୍ଷା! ଚାକିରିରେ ବଡ଼ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଗୋଚର କରୁଥିବାବେଳେ ଡିସେମ୍ବର ୫ ତାରିଖରୁ ମକର ରାଶିରେ ପ୍ରବେଶ କରିବେ। ରାହୁଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ଜାତକଙ୍କ ଜୀବନରେ ସମସ୍ୟା ଆଣିପାରେ। ଅନ୍ୟପଟେ ୪ଟି ରାଶି ପାଇଁ ଏହା ବେଶ ଶୁଭଫଳଦାୟୀ ହେବ ବୋଲି ଜ୍ୟୋତିଷ ମତ ରହିଛି। ଏହି ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିବା ସହ ଚାକିରି ଓ ବ୍ୟବସାୟରେ ଉନ୍ନତି ହୋଇପାରେ। ଆସନ୍ତୁ ଜାଣିବା କେଉଁ ୪ଟି ରାଶି ପାଇଁ ରାହୁଙ୍କ ଗୋଚର ଶୁଭ ରହିବ।

କର୍କଟ ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ଶୁଭ ଫଳ ଆଣିବ। ବ୍ୟବସାୟିକ ଯାତ୍ରା ସଫଳ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ସମାଜରେ ଆପଣଙ୍କ ଲୋକପ୍ରିୟତା ବଢ଼ିବା ସହ ଆୟରେ ମଧ୍ୟ ବୃଦ୍ଧି ହେବ। ନିଷ୍ପତ୍ତି ନେବାର କ୍ଷମତା ମଜଭୁତ ହେବ ଏବଂ ସାହସ ବୃଦ୍ଧି ପାଇବ।

ସିଂହ ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ସକାରାତ୍ମକ ଫଳ ଦେବ। ଦୀର୍ଘଦିନ ଧରି ଅଦାଲତରେ ଚାଲିଥିବା ମାମଲାରେ ସଫଳତା ମିଳିପାରେ। ଚାକିରି କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ସଫଳତାର ନୂଆ ଦ୍ୱାର ଖୋଲିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି। ଏହାସହ ପୁରୁଣା ଋଣରୁ ମୁକ୍ତି ମିଳିପାରେ।

ତୁଳା ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ଅତ୍ୟନ୍ତ ଶୁଭ ରହିବ। ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବେ। ଏହି ସମୟରେ ହଠାତ୍‌ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ଶ୍ୱଶୁର ଘର ପକ୍ଷରୁ ସୁଖ ଓ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଉଚିତ୍‌ ଫଳ ମିଳିବ। ଖର୍ଚ୍ଚ ହ୍ରାସ ପାଇବା ସହ ନୂଆ ଚାକିରି ମିଳିବାର ସଙ୍କେତ ରହିଛି।

ବିଛା ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ଶୁଭ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କ ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ ଭଲ ପ୍ରଦର୍ଶନ କରିବା ସହ ନୂଆ ବନ୍ଧୁ ସୃଷ୍ଟି ହେବେ। ବିଶେଷକରି ଯୋଗାଯୋଗ, ଗଣମାଧ୍ୟମ, ମାର୍କେଟିଂ ଓ ଲେଖାଲେଖି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ବେଶ ଫଳପ୍ରଦ ହେବ। ଆୟ ବୃଦ୍ଧି ପାଇବା ସହ କଠିନ ପରିଶ୍ରମ ଦ୍ୱାରା ଆର୍ଥିକ ସ୍ଥିତିକୁ ମଜଭୁତ କରିପାରିବେ। ଦୀର୍ଘଦିନ ଧରି ବିଦେଶ ଯାତ୍ରା ପାଇଁ ଅପେକ୍ଷା କରିଥିଲେ, ଏହି ସମୟରେ ଆପଣଙ୍କ ଇଚ୍ଛା ପୂରଣ ହେବାର ଯୋଗ ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।