ଶହୀଦ ଭି. ତେଜାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

Oct 07, 2026 - 14:21

ରାୟଗଡା, ୭।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଶହୀହ ହୋଇଥିବା ଭି.ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି I ଗାର୍ଡ ଅଫ ହନର ପ୍ରଦାନ ସମୟରେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଉପସ୍ଥିତ ରହି ପାର୍ଥିବ ଶରୀରକୁ ସମ୍ମାନ ପ୍ରଦାନ କରିଥିଲେ। ବାସଗୃହରେ ରାୟଗଡା ସହରର ଶହ ଶହ ଜନସାଧାରଣ ଉପସ୍ଥିତ ରହି ଶୋକ ପ୍ରକଟ କରିଥିଲେ। ଭାଜପା, କଂଗ୍ରେସ, ବିଜେଡି ନେତାମାନେ ବାସଭବନକୁ ଆସି ଶୋକ ପ୍ରକାଶ କରିଥିଲେ। ତେଜା ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେ କାର୍ଯ୍ୟରତ ଥିଲେ। ସୂଚନାରୁ ଜଣାପଡିଛି, ଶହୀଦ ତେଜା ୨୦୨୨ରେ ଭାରତୀୟ ସେନାରେ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

 

The post ଶହୀଦ ଭି. ତେଜାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।