‘ଶାସନ ପରିବର୍ତ୍ତନ’ ସମ୍ବନ୍ଧୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଲଟା ଜବାବ

Oct 22, 2026 - 22:26
‘ଶାସନ ପରିବର୍ତ୍ତନ’ ସମ୍ବନ୍ଧୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଲଟା ଜବାବ

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ’ (INDIA) ମେଣ୍ଟକୁ କଡ଼ା ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସେମାନଙ୍କ ପ୍ରଦର୍ଶନ ଏବଂ ‘ସରକାର ପରିବର୍ତ୍ତନ’ (regime change) ନେଇ ଦେଇଥିବା ବୟାନକୁ ନେଇ ସେ ଏହି ପ୍ରତିକ୍ରିୟା ରଖିଛନ୍ତି। ସରକାର ପରିବର୍ତ୍ତନ ସମ୍ପର୍କିତ ଚର୍ଚ୍ଚାକୁ ଇଙ୍ଗିତ କରି ସେ କହିଲେ ଯେ, ଯେତେବେଳେ ସମଗ୍ର ବିଶ୍ୱ ଏକ ନୂତନ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି, ସେତେବେଳେ ଭାରତର କିଛି ଲୋକ ଅରାଜକତା ବା ବିଶୃଙ୍ଖଳାର ସ୍ବପ୍ନ ଦେଖୁଛନ୍ତି। ସେ କହିଲେ, ‘ବର୍ତ୍ତମାନ ବିଶ୍ୱରେ ଯେତେବେଳେ ଏତେ ଅସ୍ଥିରତା ଓ ବିଶୃଙ୍ଖଳା ରହିଛି, ସେତେବେଳେ ବିଶ୍ୱ ସମ୍ମୁଖରେ ଏକ ଶକ୍ତିଶାଳୀ ଭାରତର ଚିତ୍ର ଉପସ୍ଥାପନ କରିବା ଉଚିତ। କିନ୍ତୁ, ଏହି ଲୋକମାନେ ଭାରତର ସୁନାମକୁ କ୍ଷୁର୍ଣ୍ଣ କରିବାକୁ ବସିଛନ୍ତି। ସେମାନେ ବିଦେଶ ଯାଇ ଭାରତକୁ ବଦନାମ କରୁଛନ୍ତି ଏବଂ ବିଦେଶୀମାନଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରୁଛନ୍ତି।’
‘ଏନଡିଟିଭି ୱାଲର୍‌ଡ ସମିଟ’ (NDTV World Summit) ରେ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦି, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ମଧ୍ୟ ତାଙ୍କ ଉପରେ ଟାର୍ଗେଟ କରିଥିଲେ। ସେ କଂଗ୍ରେସକୁ ଏକ ‘ପରଜୀବୀ’ (parasite) ବୋଲି ଆଖ୍ୟା ଦେଇ ପ୍ରଶ୍ନ କଲେ, ‘କେବଳ ନିଜର ‘ବିଫଳ ଉତ୍ପାଦ’ (failed product) କୁ ଲଞ୍ଚ କରିବା ପାଇଁ କଂଗ୍ରେସ ଆଉ କେତେ ଦିନ ଦେଶକୁ ବିପଦରେ ପକାଇବ?’
ଏକ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଲେ, ‘ଆମର ଶ୍ରୀହରିକୋଟା କେନ୍ଦ୍ରରୁ ଗୋଟିଏ ବର୍ଷରେ ଯେତିକି ଉତକ୍ଷେପଣ (launch) ହୁଏ, କଂଗ୍ରେସ ନିଜ ନେତାଙ୍କୁ ‘ଲଞ୍ଚ’ କରିବା ପାଇଁ ଯେତେଥର ବିଫଳ ପ୍ରୟାସ କରେ, ତାହା ତା’ଠାରୁ ଅଧିକ। କଂଗ୍ରେସ ନିଜର ବିନାଶ ନିଜେ ଡାକି ଆଣିବାକୁ ସ୍ବାଧୀନଏଥିରେ ଆମର କୌଣସି ଆପତ୍ତି ନାହିଁକିନ୍ତୁ କ୍ରମାଗତ ବିଫଳତାର କଳଙ୍କରୁ ନିଜ ପରିବାରକୁ ବଞ୍ଚାଇବା ପାଇଁ, ସେମାନେ ବର୍ତ୍ତମାନ ଭାରତର ସଫଳତା, ଗୁଣବତ୍ତା ଏବଂ ଅଗ୍ରଗତି ଉପରେ ପ୍ରଶ୍ନ ଉଠାଉଛନ୍ତି।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଲେ, ‘ଏହି କଂଗ୍ରେସ ପରିବାର ନିଜ ଦଳ ଉପରେ ଏକ ବୋଝ ପାଲଟିଯାଇଛି। ଦଳର ବରିଷ୍ଠ ନେତାମାନେ ଏହା ବୁଝନ୍ତିଏବଂ ବ୍ୟକ୍ତିଗତ ଆଲୋଚନା ବେଳେ ସ୍ବୀକାର ମଧ୍ୟ କରନ୍ତିକିନ୍ତୁ ସେମାନେ ଅପମାନର କଟୁ ସତ୍ୟକୁ ଗିଳି ନୀରବ ରହିବାକୁ ପସନ୍ଦ କରନ୍ତି। ଏହା ସେହି ସଚ୍ଚୋଟ ସମାଲୋଚକମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ, ଯେଉଁମାନେ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ବିରୋଧରେ ନିଜର ମତ ରଖିବାକୁ ଚାହାଁନ୍ତି; କଂଗ୍ରେସ ଦ୍ୱାରା ସୃଷ୍ଟି କରାଯାଇଥିବା ହଟ୍ଟଗୋଳ ମଧ୍ୟରେ ସେମାନଙ୍କ ମତ ହଜିଯାଏ। ଏହି ସଚ୍ଚୋଟ ସମାଲୋଚକମାନଙ୍କ ସ୍ବରଯେଉଁମାନେ ପ୍ରକୃତରେ ଆମ ଗଣତନ୍ତ୍ର ଏବଂ ଦେଶର କଲ୍ୟାଣ ଚାହାଁନ୍ତିତାହାକୁ ଦବାଇ ଦିଆଯାଏ। ଯଦିଓ ସେମାନେ ସରକାରଙ୍କ କଟ୍ଟର ବିରୋଧୀ ହୋଇଥାନ୍ତି, ତଥାପି କଂଗ୍ରେସର ଅବିରତ ଚିତ୍କାର ଏବଂ ହଟ୍ଟଗୋଳ ମଧ୍ୟରେ ସେମାନେ ନିଜର ମତ ପ୍ରକାଶ କରିବାକୁ କୌଣସି ସୁଯୋଗ ପାଆନ୍ତି ନାହିଁ।’

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।