ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…
ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ ଶ୍ରୀଲଙ୍କାକୁ ୧୨୪ ରନ୍ରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି । ଏବେ ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ମୁକାବିଲା ହେବ ।
ନିଶିନ୍ର କୋରୋଗି ସ୍ପୋର୍ଟ୍ସ ପାର୍କରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିଥିଲା। ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କାର ବ୍ୟାଟିଂ ଭାରତୀୟ ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ମାତ୍ର ୯.୫ ଓଭରରେ ୪୫ ରନ୍ରେ ଶ୍ରୀଲଙ୍କା ଅଲଆଉଟ୍ ହୋଇଯାଇଥିଲା।ଭାରତ ପକ୍ଷରୁ ଈଶାନ କିଶନ ଚମତ୍କାର ବ୍ୟାଟିଂ କରି ୪୬ ବଲ୍ରୁ ୪ ଚୌକା ଓ ୫ ଛକା ସହ ଅପରାଜିତ ୮୦ ରନ୍ କରିଥିଲେ। ତାଙ୍କ ଇନିଂସ୍ ଯୋଗୁଁ ଭାରତ ୧୬୦ ରନ୍ ପାର କରିପାରିଥିଲା।
ଏହା ବ୍ୟତୀତ ବୈଭବ ସୂର୍ଯ୍ୟବଂଶୀ ୬ ଚୌକା ଓ ୨ ଛକା ସହ ୩୮ ରନ୍ କରିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଭିଷେକ ଶର୍ମା ୭, ସଞ୍ଜୁ ସାମସନ ୭, ତିଳକ ବର୍ମା ୨, ଅକ୍ଷର ପଟେଲ ୮, ଶିବମ ଦୁବେ ୩ ଏବଂ ଅଧିନାୟକ ଶ୍ରେୟସ ଆୟର ୧୩ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୭ ରନ୍ରେ ଅପରାଜିତ ରହିଥିଲେ।
ଏବେ ଅକ୍ଟୋବର ୩ ତାରିଖରେ ଭାରତ-ପାକିସ୍ତାନ ଫାଇନାଲ ମୁକାବିଲାରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ । ମ୍ୟାଚ୍ଟି ଭାରତୀୟ ସମୟ ଅନୁସାରେ ସକାଳ ୧୦ଟାରୁ ଆରମ୍ଭ ହେବ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।