ସଫଳତା ପାଇବା ପାଇଁ ଗଧଠାରୁ ଶିଖନ୍ତୁ ଏହି ୩ ଗୁଣ, ବଦଳିଯିବ ଜୀବନ…

Oct 24, 2026 - 12:53
ସଫଳତା ପାଇବା ପାଇଁ ଗଧଠାରୁ ଶିଖନ୍ତୁ ଏହି ୩ ଗୁଣ, ବଦଳିଯିବ ଜୀବନ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ‘ଚାଣକ୍ୟ ନୀତି’ ହେଉଛି ଭାରତୀୟ ଜ୍ଞାନ ଓ ନୀତିଶାସ୍ତ୍ରର ଏକ ଅମୂଲ୍ୟ ଭଣ୍ଡାର। ଜୀବନ, ସଫଳତା, ଧନ, ସମ୍ପର୍କ ଏବଂ ସଦାଚାର ବିଷୟରେ ଏଥିରେ ଗଭୀର ମାର୍ଗଦର୍ଶନ ମିଳିଥାଏ। ଚାଣକ୍ୟଙ୍କ ଅନୁସାରେ, ସଫଳତା କେବଳ ଉଚ୍ଚ ନୀତି ଦ୍ୱାରା ନୁହେଁ, ବରଂ ଜୀବନର ଛୋଟ ଛୋଟ ଅଭ୍ୟାସ ଏବଂ ଚାରିପାଖରୁ ଶିକ୍ଷା ଗ୍ରହଣ କରିବା ଦ୍ୱାରା ହାସଲ ହୋଇଥାଏ।

ଜ୍ଞାନ ଆହରଣ ପାଇଁ କେବଳ ମଣିଷ ନୁହେଁ, ବରଂ ପଶୁପକ୍ଷୀଙ୍କଠାରୁ ମଧ୍ୟ ଅନେକ କିଛି ଶିଖିବାର ଅଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏପରିକି ଗଧ ଭଳି ଏକ ସରଳ ପ୍ରାଣୀଠାରୁ ମଧ୍ୟ ଜଣେ ବୁଦ୍ଧିମାନ ବ୍ୟକ୍ତି ୩ଟି ମହତ୍ତ୍ୱପୂର୍ଣ୍ଣ ଗୁଣ ଶିଖିବା ଉଚିତ୍‌।

ନିରବଚ୍ଛିନ୍ନ ପରିଶ୍ରମ:
ଗଧ ଯେପରି ପ୍ରବଳ ଥଣ୍ଡା କିମ୍ବା ଗରମ ଋତୁକୁ ଖାତିର ନକରି ନିଜ କର୍ତ୍ତବ୍ୟ ଓ ଭାର ବୋହିବାରେ ନିୟୋଜିତ ରହେ, ସେହିପରି ଜଣେ ଜ୍ଞାନୀ ବ୍ୟକ୍ତି କାର୍ଯ୍ୟ ହାସଲ କରିବା ସମୟରେ ପରିସ୍ଥିତିର ଓଜର ନ  ଦେଖାଇ ନିରନ୍ତର ପରିଶ୍ରମ କରିବା ଉଚିତ୍‌।

ଧୈର୍ଯ୍ୟ ଓ ସନ୍ତୋଷ:
ଯେକୌଣସି ପରିସ୍ଥିତିରେ ବି ଗଧ ସନ୍ତୋଷର ସହିତ ଆହାର ଗ୍ରହଣ କରେ। ସେହିପରି ମଣିଷ ନିଜ ପ୍ରାପ୍ତିରେ ସନ୍ତୁଷ୍ଟ ରହି ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଉଚିତ୍।

ଲକ୍ଷ୍ୟ ପ୍ରତି ଏକାଗ୍ରତା:
କଠିନ ପରିସ୍ଥିତି ସତ୍ତ୍ୱେ ଗଧ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ୍‌ ହୁଏ ନାହିଁ। ଜୀବନରେ ସଫଳତା ପାଇବାକୁ ହେଲେ ନିଜ କାର୍ଯ୍ୟ ପ୍ରତି ଏହିପରି ନିଷ୍ଠା ଓ ଏକାଗ୍ରତା ରଖିବା ଜରୁରୀ ବୋଲି ଚାଣକ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି।

Dharitri – Odisha’s No.1 Odia Daily
success
/səkˈsɛs/

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।