ସମିତିସଭ୍ୟ ପୀତବାସ ସାହୁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

Nov 06, 2026 - 14:36
ସମିତିସଭ୍ୟ ପୀତବାସ ସାହୁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ବଡପଡା ସମିତିସଭ୍ୟ ପୀତବାସ ସାହୁ ଶୁକ୍ରବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଆଜକୁ କିଛି ମାସ ହେବ ଅସୁସ୍ଥ ଥାଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଥିଲେ। ଆଜି ବ୍ରହ୍ମପୁରରୁ ତାଙ୍କ ମରଶରୀର ବଡପଡା ଗ୍ରାମକୁ ଅଣାଯିବା ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ବିୟୋଗରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୀତବାସ ଦୁଇଥର ସରପଞ୍ଚ ଏବଂ ଥରେ ସମିତିସଭ୍ୟ ଥିଲେ। ସେ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। ବିଗତ କିଛି ବର୍ଷ ହେବ ସେ ଭାଜପା ସହ ଜଡ଼ିତ ଥିଲେ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।