ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

Sep 20, 2026 - 15:23
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ ଧରାଳିମାନେ ଗଭୀର ସମୁଦ୍ରରୁ ବୋଟ୍‌ ଯୋଗେ ଫେରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୁଦୂର ଥାଇଲାଣ୍ଡ ଓ ଆଣ୍ଡାମାନ ସାଗର ଅଞ୍ଚଳରୁ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିଛି। ଏ ନେଇ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଛନକା ପଶିଛି। ବିଶେଷ କରି ଏହି ଅଞ୍ଚଳର ୧୦ ହଜାରରୁ ଅଧିକ ପାରମ୍ପରିକ ମାଛ ଧରାଳି ନଦୀ ଓ ସମୁଦ୍ର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ସମ୍ଭାବ୍ୟ ବାତ୍ୟାକୁ ନେଇ ସାଧରଣ ଲୋକମାନେ ଆଗୁଆ ଗ୍ୟାସ ଓ ରାଶନ ସାମଗ୍ରୀ , ସଉଦା ରଖିବା ପାଇଁ ହାଟ ବଜାରରେ ଭିଡ଼ ଜମାଇଲେଣି। ଅପରପକ୍ଷରେ ଯଦିଓ ବାତ୍ୟା ହୁଏ ଖରିଫ ଫସଲ ପ୍ରତି ଅଧିକ କ୍ଷତି ହେବ ବୋଲି ଚାଷୀମାନଙ୍କ ମଧ୍ୟରେ ସହଦେବ ରାଉତ, ପରୀକ୍ଷିତ ଗୋଛାୟତ , ଅକ୍ଷୟ ଦାସ, ଖଗେନ ମାଇତି , ଗୁରୁପଦ ମଣ୍ଡଳ ପ୍ରମୁଖ କହିଛନ୍ତି। ତେବେ ଏହା ପ୍ରଭାବରେ ମାଛ ଧରାଳିମାନଙ୍କ ରୋଜଗାର ବାଧାପ୍ରାପ୍ତ ହେବ ବୋଲି ମାଛ ଧରାଳିମାନଙ୍କ ମଧ୍ୟରେ ଶକ୍ତିପଦ ମିର୍ଦ୍ଧା, ରବୀନ୍ଦ୍ର ରକ୍ଷିତ, ଭବସିନ୍ଧୁ ଦାସ ପ୍ରମୁଖ କହିଛନ୍ତି। ବିଶେଷ କରି ବତୀଘର, ଖରୀନାସି, ରାମନଗର , ଜମ୍ବୁ , ସୁନୀତି, ତନ୍ତିଆପାଳ, ବଉଳକଣୀ, ପେଟଛେଲା ଆଦି ଅଞ୍ଚଳ ମାଛ ଧରାଳିମାନେ ପ୍ରଭାବିତ ହେବ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ଆଗୁଆ ସତର୍କ ସୂଚନା ଦେବା ସହ ମାଇକ୍‌ରେ ପ୍ରଚାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
ଏ ସଂକ୍ତାନ୍ତରେ ତହସିଲଦାର ତଥା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରୁ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।