ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍ସିଡି, ଜାଣନ୍ତୁ କେତେ…
ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ ମଧ୍ୟ ୫ କିଲୋ ଓଜନର ଛୋଟ LPG ସିଲିଣ୍ଡର ବ୍ୟବହାର ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ୧୪.୨ କିଲୋ ଓଜନର ଘରୋଇ LPG ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ସହିତ ୫ କିଲୋ ସିଲିଣ୍ଡର ପାଇଁ ମଧ୍ୟ ଅନୁପାତିକ ସବସିଡି ବ୍ୟବସ୍ଥା କରିଛନ୍ତି।
ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଏଭଳି ଲୋକଙ୍କ ପାଖରେ LPG ସିଲିଣ୍ଡର ସୁବିଧା ପହଞ୍ଚାଇବା, ଯେଉଁମାନଙ୍କ ପାଇଁ ଏକାଥରକେ ୧୪.୨ କିଲୋ ସିଲିଣ୍ଡର ଭରିବା କଷ୍ଟକର। ଏଥିରୁ କମ ଆୟକାରୀ ପରିବାର, ଛାତ୍ରୀଛାତ୍ର, ପ୍ରବାସୀ ଶ୍ରମିକ ଏବଂ ଏକୁଟିଆ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ। ଛୋଟ ସିଲିଣ୍ଡରରେ କମ୍ ପରିମାଣର ଗ୍ୟାସ ଥିବାରୁ ନିଜ ଆବଶ୍ୟକତା ଓ ବଜେଟ ଅନୁଯାୟୀ ଏହାକୁ ବ୍ୟବହାର କରିବା ସହଜ ହୋଇଥାଏ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଅନୁଯାୟୀ, କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY)ର ହିତାଧିକାରୀଙ୍କୁ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଉପରେ ମିଳୁଥିବା ୩୦୦ ଟଙ୍କାର ସବସିଡି ଜାରି ରଖିବାକୁ ଅନୁମୋଦନ କରିଛନ୍ତି।
୫ କିଲୋ ସିଲିଣ୍ଡର ପାଇଁ ମଧ୍ୟ ସବସିଡି ୧୪.୨ କିଲୋ ସିଲିଣ୍ଡର ଉପରେ ମିଳୁଥିବା ୩୦୦ ଟଙ୍କା ସବ୍ସିଡିର ଅନୁପାତ ଆଧାରରେ ନିର୍ଦ୍ଧାରଣ କରାଯିବ। ଅର୍ଥାତ୍ ଛୋଟ ସିଲିଣ୍ଡରର କ୍ଷମତା ଅନୁସାରେ ସବସିଡିର ପରିମାଣ ମଧ୍ୟ ଅନୁପାତିକ ଭାବେ ଧାର୍ଯ୍ୟ ହେବ। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ସବସିଡି ବାବଦରେ ସରକାର ମୋଟ ୧୨,୦୦୧ କୋଟି ଟଙ୍କା ଖର୍ଚ୍ଚ କରିବେ। ତେବେ ଏହି ସୁବିଧା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY)ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।