ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

Sep 21, 2026 - 14:17
ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ ଉପରେ ବର୍ଷିଥିଲେ ସଲମାନ । ଏହି ସମୟରେ ସେ ଏତେ ରାଗିଯାଇଥିଲେ ଯେ ମୁଣ୍ଡରେ ପିନ୍ଧିଥିବା ଟୋପିକୁ ଫିଙ୍ଗିବା ସହ ନିଜ ଟି-ଶାର୍ଟ ମଧ୍ୟ ଖୋଲି ଦେଇଥିଲେ। ଏବେ ସଲମାନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ। ସେ ନିଜ ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ‘ବିଗ୍ ବସ୍ ୨୦’ର ଏକ ଭିଡିଓ ଶେୟାର କରି ଟ୍ରୋଲର୍ସଙ୍କୁ ପରୋକ୍ଷରେ ଜବାବ ଦେଇଛନ୍ତି।

ରୋହିତ ଶେଟ୍ଟୀ ଇନ୍‌ଷ୍ଟାଗ୍ରାମରେ ସଲମାନ ଖାନ୍‌ଙ୍କ ‘ବିଗ୍ ବସ୍ ୨୦’ର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସଲମାନ ଟି-ଶାର୍ଟ ଖୋଲୁଥିବା ଦେଖାଯାଉଥିବା ବେଳେ ବିଗ୍ ବସ୍‌ର ପ୍ରତିଯୋଗୀମାନେ ତାଙ୍କ ପାଇଁ ତାଳି ବଜାଉଥିବା ନଜର ଆସୁଛନ୍ତି । ଏହି ଭିଡିଓ ପ୍ରଥମେ JioHotstar ପକ୍ଷରୁ ଶେୟାର କରାଯାଇଥିଲା। ପରେ ରୋହିତ ଶେଟ୍ଟୀ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ପରେ ପୋଷ୍ଟଟି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।

ଭିଡିଓ ଶେୟାର କରି ରୋହିତ ଶେଟ୍ଟୀ ଲେଖିଛନ୍ତି, ‘ଡିଅର୍ ଟ୍ରୋଲର୍ସ, ଇଟ୍ସ ଡନ୍ ବ୍ରୋ।’ ତାଙ୍କ ଏହି କ୍ୟାପ୍ସନ୍‌ ସୋସିଆଲ ମିଡିଆ ୟୁଜର୍ସଙ୍କ ନଜର ଟାଣିଛି। ପୋଷ୍ଟର କମେଣ୍ଟ ସେକ୍ସନରେ ସଲମାନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସମର୍ଥନରେ କମେଣ୍ଟ କରିଛନ୍ତି। JioHotstar ପକ୍ଷରୁ ମଧ୍ୟ କମେଣ୍ଟ କରାଯାଇ ‘ପ୍ରେମ ସବୁବେଳେ ଜିତେ’ ବୋଲି ଲେଖାଯାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।