ସୁମନଙ୍କ ଗିରଫଦାରୀକୁ ନେଇ ବଲାଙ୍ଗୀରରେ ସରଗରମ ରାଜନୀତି: ଥାନା ଘେରାଉ କଲେ ବିଜେଡି କର୍ମୀ
ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଯାଇଛି । ବିଜେଡି କର୍ମୀମାନେ ଗିରଫ ପ୍ରତିବାଦରେ ଟାଉନ୍ ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାଜପା ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ରୋକ୍ କରିବା ସହ ଥାନା ଘେରାଉ କରିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।