ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍
ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ତୁଳାକୁ ସୂର୍ଯ୍ୟଙ୍କ ନୀଚ ରାଶି ବୋଲି ଧରାଯାଏ। ତେବେ କେତେକ ବିଶେଷ ଗ୍ରହ ସ୍ଥିତି ଉପୁଜିଲେ ’ନୀଚଭଙ୍ଗ’ ସ୍ଥିତି ସୃଷ୍ଟି ହୁଏ, ଯାହା ଫଳରେ ସୂର୍ଯ୍ୟଙ୍କ ନୀଚ ପ୍ରଭାବ କମିଯିବାର ମାନ୍ୟତା ରହିଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ସୂର୍ଯ୍ୟ ୧୭ ଅକ୍ଟୋବର ସନ୍ଧ୍ୟା ୭ଟା ୫୧ ମିନିଟରେ ତୁଳା ରାଶିରେ ପ୍ରବେଶ କରିବେ ଏବଂ ୧୬ ନଭେମ୍ୱର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହି ସମୟରେ କେତେକ ଗ୍ରହ ସ୍ଥିତି ଆଧାରରେ ‘ନୀଚଭଙ୍ଗ ରାଜଯୋଗ’ ସୃଷ୍ଟି ହେଉଥିବା କୁହାଯାଉଛି। ଚନ୍ଦ୍ର ରାଶି ଆଧାରରେ ଦେଖିଲେ, କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଗୋଚର ବିଶେଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ କ’ଣ।
ବୃଷ ରାଶି
ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଚାକିରି, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ନୂତନ ପରିବର୍ତ୍ତନର ସଙ୍କେତ ଦେଇପାରେ। କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇପାରେ ଏବଂ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ସୁଯୋଗ ମିଳିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ନୂଆ ଲୋକଙ୍କ ସହ ଯୋଡ଼ିହେବା କିମ୍ୱା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ଭାବିଚିନ୍ତି କରାଯାଇଥିବା ଯୋଜନା ଆଗକୁ ଯାଇ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ସିଂହ ରାଶି
ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟଦେବ, ତେଣୁ ଏହି ଗୋଚର ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ମହତ୍ତ୍ୱ ବହନ କରେ। ଚାକିରି ଏବଂ କର୍ମକ୍ଷେତ୍ରରେ ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିବାର ସୁଯୋଗ ମିଳିପାରେ। ଦୀର୍ଘ ଦିନରୁ ଚେଷ୍ଟା ଚାଲିଥିବା ଆର୍ଥିକ ମାମଲାଗୁଡ଼ିକରେ ଅଗ୍ରଗତି ହେବାର ସମ୍ଭାବନା ରହିଛି। ଆୟର ନୂତନ ଉତ୍ସ ଉପରେ କାର୍ଯ୍ୟ କରିବାର ସୁଯୋଗ ମିଳିପାରେ। ତଥାପି, ନିବେଶ ସମ୍ୱନ୍ଧୀୟ ନିଷ୍ପତ୍ତି ନେବା ସମୟରେ ତରବରିଆ ପଦକ୍ଷେପ ନେବାରୁ ଦୂରେଇ ରହିବା ଭଲ।
ବିଛା ରାଶି
ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ଆର୍ଥିକ ଏବଂ ବ୍ୟବସାୟିକ କାର୍ଯ୍ୟରେ ଗତି ଆଣିଦେଇପାରେ। ପୂର୍ୱରୁ ଅଟକି ରହିଥିବା କାମଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ସୁଯୋଗ ମିଳିପାରେ। ବ୍ୟବସାୟୀମାନଙ୍କୁ ନୂଆ ଅର୍ଡର, ନୂତନ ଗ୍ରାହକ କିମ୍ୱା ବ୍ୟବସାୟିକ ସମ୍ପର୍କ ପ୍ରାପ୍ତ ହୋଇପାରେ। ଚାକିରି କରୁଥିବା ଲୋକଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ଆସିପାରେ, କିନ୍ତୁ ଏହା ଆଗକୁ ଯାଇ ନିଜ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାର ଏକ ସୁଯୋଗ ମଧ୍ୟ ଦେବ।
କୁମ୍ଭ ରାଶି
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ତୁଳା ରାଶିରେ ଗୋଚର କ୍ୟାରିୟର ଏବଂ ଧନ ସମ୍ପର୍କିତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଚାକିରିରେ ଭୂମିକା ପରିବର୍ତ୍ତନ, ନୂତନ ଦାୟିତ୍ୱ ମିଳିବା କିମ୍ୱା କୌଣସି ନୂଆ ସୁଯୋଗ ସହିତ ଯୋଡ଼ିହେବାର ସଙ୍କେତ ମିଳିପାରେ। ବ୍ୟବସାୟୀମାନଙ୍କୁ ନୂତନ ପ୍ରକଳ୍ପ (ପ୍ରୋଜେକ୍ଟ) କିମ୍ୱା ନୂଆ ଗ୍ରାହକଙ୍କ ସହ କାମ କରିବାର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଆୟ ସହିତ ସଞ୍ଚୟ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିତାନ୍ତ ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।