ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

Sep 17, 2026 - 12:47
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ ଅଡବା ଦୁରିଙ୍ଗୁଡ଼ା-ମୁଠାଗୁଡ଼ା ରାସ୍ତାରେ ଅଡବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସ୍କୁଟିରେ ଦୁଇଟି ବ୍ୟାଗ୍‌ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପୋଲିସ ଅଟକାଇଥିଲା। ମୋହନା ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବ୍ୟାଗ୍‌ ଯାଞ୍ଚ କରାଯିବାରୁ ସେଥିରୁ ୪୦ କେଜି ଗଞ୍ଜେଇ ମିଳିଥିଲା।

ଏହାପରେ ମୁଠାଗୁଡ଼ାର ୪୮ ବର୍ଷୀୟ ନରସିଂହ ମାଳି(ଓରଫ୍‌ ଲାରେନ୍ସ ମାଳି) ଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜେଇ ସହ ସ୍କୁଟି, ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଏନେଇ ଅଡବା ଥାନାରେ ଏଣ୍ଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଗଞ୍ଜେଇ ଚୋରା ଚାଲାଣରେ ଆଉ କିଏ ସମ୍ପୃକ୍ତ ଅଛି ତାହାର ପୁଙ୍ଖାନୁପୁଙ୍କ ତଦନ୍ତ ଜାରି ରହିଥିବା ଅଡବା ଥାନା ଅଧିକାରୀ ସନ୍ତୋଷ ବିଶୋୟୀ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।