ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

Sep 10, 2026 - 15:31
ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି ଟିଭିର ଏକ ଆଗାମୀ କାର୍ଯ୍ୟକ୍ରମର ଶୁଟିଂ ସମୟରେ ସେ ଏହି ଟି-ଶର୍ଟ ପିନ୍ଧିଥିଲେ। ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଗୋଟିଏ ଭିଡିଓରେ ପ୍ରଶଂସକମାନେ ତାଙ୍କ ଟି-:ର୍ଟ ଉପରେ ଲେଖାଥିବା ‘Non-committal’ (ଅଙ୍ଗୀକାରବଦ୍ଧ ନୁହଁନ୍ତି) ଶବ୍ଦକୁ ଲକ୍ଷ୍ୟ କରିଥିଲେ।

ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ବର୍ତ୍ତମାନ ସେ ଭାରତ ପାଇଁ କେବଳ ଦିନିକିଆ (ODI) ମ୍ୟାଚ ଖେଳୁଛନ୍ତି। ସୋନି ଟିଭିରେ ଆସୁଥିବା ନିଜ କାର୍ଯ୍ୟକ୍ରମ ପାଇଁ ରୋହିତ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଏହି କାର୍ଯ୍ୟକ୍ରମର ବିଭିନ୍ନ କ୍ଲିପ ଅନ୍‌ଲାଇନରେ ପ୍ରସାରିତ ହେଉଛି। ଏଭଳି ଏକ ଭିଡିଓରେ ପ୍ରଶଂସକମାନେ ତାଙ୍କ ଟି-ଶର୍ଟରେ ‘Non-committal’ ସ୍ଲୋଗାନ ଦେଖିବାକୁ ପାଇଥିଲେ। ଅନେକେ ଏହାକୁ ବରିଷ୍ଠ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉଦ୍ଦେଶ୍ୟରେ ଏକ କଟାକ୍ଷ ବୋଲି ମନେ କରୁଛନ୍ତି।

ଗତ ଅକ୍ଟୋବର ମାସରେ ଅଜିତ ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଥିଲେ। ରୋହିତଙ୍କ ପରେ ଶୁବମନ ଗିଲଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା। ଏହା ପରେ ଅଗରକରଙ୍କୁ ରୋହିତ ଏବଂ ବିରାଟଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା। ବିଶେଷକରି ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ସେମାନଙ୍କ ସମ୍ଭାବନା ସମ୍ପର୍କରେ ତାଙ୍କ ମତାମତ ପଚରାଯାଇଥିଲା। ଅଗରକରଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି କହିଥିଲେ ଯେ, ଉଭୟ ଖେଳାଳି ୨୦୨୭ ବିଶ୍ୱକପ ପାଇଁ କୌଣସି ପ୍ରକାରର ପ୍ରତିଶ୍ରୁତିବଦ୍ଧତା କିମ୍ବା ଆଗ୍ରହ ପ୍ରକାଶ କରିନାହାନ୍ତି। ଏହାପୂର୍ବରୁ ଉଭୟ ଖେଳାଳି ପୂର୍ବରୁ ଆଗାମୀ ବିଶ୍ୱକପ ଖେଳିବାକୁ ନିଜର ଇଚ୍ଛା ପ୍ରକାଶ କରିସାରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।