ହୋମ୍ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…
ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଶନିବାର ଏନ୍ଏଚ୍-୧୭ ରାସ୍ତା ଅବରୋଧ କରାଯାଇଥିଲା। ଏହା ଏକ ଲଭ୍ ଜିହାଦ ମାମଲା ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି। ନିମିଷା ତାଙ୍କ ପୁରୁଷ ବନ୍ଧୁ ଆଶିକ ଅଲିଙ୍କ ସହ ରୁଦ୍ରାଜ କିଚେନ ନାମକ ହୋମ୍ଷ୍ଟେରେ ରାତି ବିତାଇବା ପାଇଁ ଶୁକ୍ରବାର ରାତିରେ ଘରୁ ବାହାରିଥିଲେ। ମୃତ ଛାତ୍ରୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି, ସେହି ବିଳମ୍ବିତ ରାତିରେ ତାଙ୍କ ଝିଅ ମା’ଙ୍କୁ ଫୋନ୍ କରି ମାରଧର ଅଭିଯୋଗ କରିଥିଲେ। ଯାହାପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।