ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ଶୁଭେଚ୍ଛା ଜଣାଇଲେ କନ୍ଧମାଳ ଏମ୍ପି, ଭବିଷ୍ୟତରେ ହେବେ…
ଦାରିଙ୍ଗବାଡ଼ି,୨୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହା ଗ୍ରାମର ବାପା ବିଶ୍ୱନାଥ ଓ ମା’ ମମତା ସାହୁଙ୍କ ଝିଅ ମୋନାଲିସା ୨୦୨୬ ୟୁପିଏସ୍ସି ପରୀକ୍ଷାର ଭୂ-ବୈଜ୍ଞାନିକ ତଥା ଜଳଭୂତତ୍ତ୍ୱବିତ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ଏହି ଅବସରରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ସନ୍ଧ୍ୟାରେ ମୋବାଇଲରେ ମୋନାଲିସାଙ୍କ ସମେତ ତାଙ୍କ ବାପା ଓ ମା’ଙ୍କ ସହ ବାର୍ତ୍ତାଳାପ କରିବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଏମ୍ପିଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ, ହରେନ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏମ୍ପିଙ୍କ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧି ଦଳ ମୋନାଲିସାଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।