୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

Sep 12, 2026 - 08:14
୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ ୨୨ବର୍ଷୀୟ ଯୁବକ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରେମୀଯୁଗଳ ଦୁଇଦିନ ପୂର୍ବରୁ ଘରୁ ବାହାରିଯାଇ ଗଁା ପାଖ ଏକ ଜଙ୍ଗଲରେ ରହିଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ସନ୍ଧାନ ପାଇ ନ ଥିଲେ। ଗୁରୁବାର ସକାଳେ ଜଙ୍ଗଲ ପାଖ ଜମିକୁ ମାଲିକ ଯାଇଥିବାବେଳେ ପ୍ରେମୀଯୁଗଳ ବିଷ ପିଇ ଛଟପଟ ହେଉଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚତ୍ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡୋଲେଶ୍ୱରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରେମିକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଉଭୟ ପରସ୍ପରକୁ ଭଲ ପାଉଥିବାବେଳେ ଜୀବନସାଥୀ ହେବା ପାଇଁ ସଂକଳ୍ପ ନେଇଥିବା ଓ ନୂଆଖାଇ ପରେ ଉଭୟ ପରିବାର ମଧ୍ୟରେ ବିବାହ ପ୍ରସ୍ତାବ ପାଇଁ କଥାବାର୍ତ୍ତା ହେବାର ଥିଲା ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଅନ୍ୟପକ୍ଷେ ମୃତା ନାବାଳିକାଙ୍କ ବାପା ଝିଅକୁ ପ୍ରେମରେ ଫସାଇ ଜୋରଜବରଦସ୍ତ ଟେକିନେଇ ଜଙ୍ଗଲରେ ବିଷ ପିଆଇ ଦେଇଥିବା ନେଇ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୨୯୨/୨୬) ରୁଜୁ କରି ତଦନ୍ତ ଚଳାଇଛି। କେଉଁ କାରଣରୁ ଉଭୟେ ବିଷପାନ କଲେ ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।