୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ
ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଗିଲଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛି। ଭାରତୀୟ ଖେଳାଳିଙ୍କ ତାଲିକା ଉପରେ ନଜର ପକାଇଲେ, ଗିଲ ଏବଂ ଅନ୍ୟ ଖେଳାଳିଙ୍କ ମଧ୍ୟରେ ବଡ଼ ବ୍ୟବଧାନ ଦେଖିବାକୁ ମିଳେ। ଗିଲ ୫ ଥର ଏହି ଟାଇଟଲ ଜିତି ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ, ଯଶପ୍ରୀତ ବମ୍ରା ଓ ଶ୍ରେୟସ ଆୟର ୨-୨ ଥର ଏହି ସମ୍ମାନ ଜିତି ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିରାଟ କୋହଲି ଏହି ଟାଇଟଲ ମାତ୍ର ଥରେ ଜିତିଛନ୍ତି। କୋହଲିଙ୍କ ବ୍ୟତୀତ ଆହୁରି ଅନେକ ଭାରତୀୟ ଖେଳାଳି ଏହି ତାଲିକାରେ ସାମିଲ ଅଛନ୍ତି, ଯେଉଁମାନେ ଥରେ ଲେଖାଏଁ ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ନିଜ ନାମରେ କରିଛନ୍ତି।
ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଜିତିଥିବା ଭାରତୀୟ ପୁରୁଷ କ୍ରିକେଟର
– ଶୁଭମନ ଗିଲ ୫ ଥର
– ଯଶପ୍ରୀତ ବୁମ୍ରା ୨ ଥର
– ଶ୍ରେୟସ ଆୟର ୨ ଥର
– ଋଷଭ ପନ୍ତ ୧ ଥର
– ରବିଚନ୍ଦ୍ରନ ଅଶ୍ୱିନ ୧ ଥର
– ଭୁବନେଶ୍ୱର କୁମାର ୧ ଥର
– ବିରାଟ କୋହଲି ୧ ଥର
– ଯଶସ୍ବୀ ଜୟସ୍ବାଲ ୧ ଥର
– ମହମ୍ମଦ ସିରାଜ ୧ ଥର
– ଅଭିଷେକ ଶର୍ମା ୧ ଥର
– ସଞ୍ଜୁ ସାମସନ ୧ ଥର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।