RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

Sep 28, 2026 - 17:27
RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ୬୪ ବର୍ଷ ବୟସରେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଦେବାଙ୍କୁ କର୍ନାଟକରେ ‘କନ୍ନଡ଼ର ଶିବମଣି’ ଭାବେ ମଧ୍ୟ ଜଣାଯାଉଥିଲା। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ RCBର ପ୍ରଥମ IPL ମ୍ୟାଚ୍‌ରୁ ଆରମ୍ଭ କରି ଦୀର୍ଘ ବର୍ଷ ଧରି ସେ ଦଳର ମ୍ୟାଚ ଦିନର ଅଭିନ୍ନ ଅଂଶ ହୋଇ ରହିଥିଲେ। ତାଙ୍କ ଢୋଲର ତାଳ ଷ୍ଟାଡିୟମ୍‌ରେ ହଜାର ହଜାର ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଥିଲା।

ଦେବାଙ୍କ ମୃତ୍ୟୁ ଖବର ପରେ RCB ତାଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଚିନ୍ନାସ୍ବାମୀରେ ତାଙ୍କ ଢୋଲର ତାଳ RCBର ମ୍ୟାଚ ଦିନର ଅଭିଜ୍ଞତାର ଏକ ଅଭିନ୍ନ ଅଂଶ ଥିଲା। ତାଙ୍କ ସଙ୍ଗୀତର ଧ୍ୱନି ଚିନ୍ନାସ୍ବାମୀରେ ଗୁଞ୍ଜରିତ ହେବ ଏବଂ ସେ ସବୁବେଳେ RCBର ସ୍ମୃତିର ଅଂଶ ହୋଇ ରହିବେ ବୋଲି ଫ୍ରାଞ୍ଚାଇଜ କହିଛି।

କେ. ଦେବେନ୍ଦ୍ର କୁମାର ଭାବେ ଜଣାଶୁଣା ଦେବା ୮୦୦ରୁ ଅଧିକ ଫିଲ୍ମରେ ପର୍କସନ ଓ ବ୍ୟାକଗ୍ରାଉଣ୍ଡ ସ୍କୋର୍‌ରେ ନିଜର ଯୋଗଦାନ କରିଥିଲେ। ସେ ଇଲୟାରାଜା, ହଂସଲେଖା ଓ ଅନ୍ୟାନ୍ୟ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।