Video: କାପଟେନ ସ୍ମିତ୍ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ
ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର ୨) ହୋଇଥିବା ଏହି ବାର୍ତ୍ତାଳାପ ସମୟରେ, ସେ ସ୍ମିତ୍ଙ୍କ ସାହସର ପ୍ରଶଂସା କରିଥିଲେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। କ୍ୟାପଟେନ ସ୍ମିତ୍ ନିଜର ଅନୁଭୂତି ବିଷୟରେ ବିସ୍ତୃତ ଭାବେ ଜଣାଇଥିଲେ ଏବଂ ସେହି ପରିସ୍ଥିତିର ମୁକାବିଲା କରିବା ପାଇଁ ତାଙ୍କୁ କେଉଁଥିରୁ ସାହସ ମିଳିଥିଲା, ସେ ବିଷୟରେ କହିଥିଲେ। ଏହି ବାର୍ତ୍ତାଳାପର ଏକ ସ୍ବତନ୍ତ୍ର ଭିଡିଓ ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ମୋଦି ସାହସୀ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଥିଲେ। ସେ କହିଥିଲେ, ‘ସମଗ୍ର ଦେଶ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି। ଆପଣଙ୍କ ସୁସ୍ଥତା ଓ ମଙ୍ଗଳ କାମନା ପାଇଁ ’ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଜପ କରାଯାଉଛି। ଆପଣଙ୍କ ସାହସ, ଉପସ୍ଥିତ ବୁଦ୍ଧି ଏବଂ ସ୍ଥିରତା ଅନେକ ଜୀବନ ବଞ୍ଚାଇ ପାରିଛି। ଦେଶ ଗର୍ବର ସହ କହିପାରିବ ଯେ ଆମ ଭାରତୀୟମାନେ ଜୀବନ ନେଉଥିବା ଲୋକ ନୁହଁନ୍ତି, ବରଂ ଜୀବନ ବଞ୍ଚାଉଥିବା ଲୋକ ଅଟୁ। ମୋ ହୃଦୟରେ ଅତ୍ୟନ୍ତ ଗର୍ବ ଅନୁଭବ ହେଉଛି।’
Exclusive Footage Released
New footage from the FlyDubai flight has been released, showing the dramatic moments during the incident, including the suspect being subdued, the struggle both inside and outside the cockpit, and the search for additional pilots amid the chaos on… pic.twitter.com/Gvaj46FhaH— SNN Finland (@snnfinalnd) October 1, 2026
ପାଇଲଟ ମଚ୍ଛାରଙ୍କ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣଙ୍କ ତୁରନ୍ତ ନିଷ୍ପତ୍ତି ନେବାର କ୍ଷମତା ଅନେକ ଜୀବନ ବଞ୍ଚାଇ ପାରିଛି। ଆମେ ଭାରତୀୟମାନେ ସମଗ୍ର ବିଶ୍ୱକୁ ଗର୍ବର ସହ କହିପାରିବା ଯେ ଆମେ ଜୀବନ ନେଉନାହୁଁ, ବରଂ ଜୀବନ ବଞ୍ଚାଇଥାଉ। ଆପଣ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ମଧ୍ୟ ନିଜ ଜୀବନର ଖାତିର ନକରି ସମସ୍ତଙ୍କୁ ସୁରକ୍ଷିତ ରଖିଥିଲେ। ଆପଣ ୧୪୦ କୋଟି ଦେଶବାସୀଙ୍କ ପାଇଁ ଗୌରବ ଆଣିଛନ୍ତି।’
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।