ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି

Sep 17, 2026 - 18:06
ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି

ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ଅଧିକାରୀଙ୍କ ତାଲିକାକୁ ନେଇ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଅଦାଲତରେ ଆଲୋଚନା ହୋଇଛି।

ବିଶେଷକରି ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯିବା, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌କୁ ନେଇ ପ୍ରଶ୍ନ ଏବଂ ଦୁଇଜଣ ଅତିରିକ୍ତ DGPଙ୍କୁ ପଦୋନ୍ନତି ପରେ DGP ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ପ୍ରସଙ୍ଗ ଶୁଣାଣିରେ ଉଠିଥିବା ଜଣାପଡ଼ିଛି।ଡିଜିପି ଚୟନ ପାଇଁ ଓଡ଼ିଶା ସରକାର ପ୍ରଥମ ପର୍ଯ୍ୟାୟରେ UPSCକୁ ୩ ଜଣ ଡିଜିrank ଅଧିକାରୀଙ୍କ ନାମ ପଠାଇଥିଲେ। ପରବର୍ତ୍ତୀ ସମୟରେ ଏହି ତାଲିକାରେ ଅଧିକ ଅଧିକାରୀଙ୍କ ନାମ ସାମିଲ କରାଯାଇଥିବାକୁ ନେଇ ଆପତ୍ତି ଉଠିଛି। ଏହି ପରିବର୍ତ୍ତନ ନିୟମ ଅନୁଯାୟୀ ହୋଇଛି କି ନାହିଁ, ତାହା ଏବେ ମାମଲାର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି।୨୦୦୬ର ପ୍ରକାଶ ସିଂହ ମାମଲାର ରାୟ ଅନୁଯାୟୀ ଡିଜିପି ଚୟନରେ ଯୋଗ୍ୟ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ UPSC ପ୍ୟାନେଲ୍ ପ୍ରସ୍ତୁତ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବା ଉପରେ ଗୁରୁତ୍ୱ ରହିଛି। ତେବେ ଓଡ଼ିଶାର ଡିଜିପି ନିଯୁକ୍ତି ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ନିୟମ ଉଲ୍ଲଂଘନ ହୋଇଥିବା ଦାବି କରି ଆବେଦନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।