କ୍ରିକେଟ ଖେଳ ହେଲା କାଳ

Sep 27, 2026 - 17:53
କ୍ରିକେଟ ଖେଳ ହେଲା କାଳ

ରାୟଗଡ଼ା: କ୍ରିକେଟ ଖେଳ ହେଲା କାଳ, ହୃଦଘାତରେ ଜଣେ ସରକାରୀ କର୍ମଚାରୀ କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ମୃତ୍ୟବରଣ କଲା ଭଳି ଦୁଃଖଦାୟକ ଖବର ସାମ୍ନାକୁ ଆସିଛି I ମୃତକ ଜଣଙ୍କ ହେଉଛନ୍ତି ପି ରାଜେଶ I ସେ ଗୁଣୁପୁର ବ୍ଲକରେ ରାଜସ୍ବ ନିରୀକ୍ଷକ ରୂପେ କାର୍ଯ୍ୟ କରୁଥିଲେ I

ସୂଚନାରୁ ଜଣାପଡିଛି ଆଜି ରାଜେଶ ଆଇ ଇଏ ସି ଆର କଲେଜ ନିକଟସ୍ଥ ଆର ସି ସି ଖେଳ ପଡିଆରେ କ୍ରିକେଟ ଖେଳୁଥିଲେ I ଖେଳୁଥିବା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ଅନ୍ୟ ଖେଳାଳିଙ୍କୁ ଅବଗତ କରିଥିଲେ I କିଛି ସମୟ ପରେ ମୁହଁ ବୁଲାଇ ପଡି ଯାଇଥିଲେ I ସହଯୋଗୀ ଖେଳାଳୀମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସୂଚନାରୁ ଜଣାପଡିଛି ରାଜେଶ ୱିକେଟ କିପର ଭାବେ ଆଜି କିଛି ସମୟ ଖେଳୁଥିଲେ ଓ ଅସୁସ୍ଥ ହୋଇଥିଲେ I ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି I

ରାୟଗଡ଼ା ପୁଲିସ ଘଟଣାର ତଦନ୍ତ କରୁଛି
ତାଙ୍କ ବିୟୋଗରେ ରାୟଗଡା ବିଧାୟକ ଅପଲାସ୍ୱାମୀ କIଡ଼ରIକା, କାଉନସିଲର ସନ୍ତୋଷ ଦଳାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି I ମୃତ ରାଜେଶଙ୍କ ଘର ରାୟଗଡ଼ା ସହର ସ୍ଥିତ ୟେଦୁ ସାହିରେ I ରାୟଗଡ଼ା ପୁଲିସ ଘଟଣାର ତଦନ୍ତ କରୁଛି I

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।