ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ

Nov 07, 2026 - 21:26
ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ  ପୋଲିସ ଟିମ୍ ଅତର୍କିତ ଚଢ଼ାଉ

ଦିଗପହଣ୍ଡି,୭|୧୧: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୯ ହଜାର ଟଙ୍କା, ତାସ ଜବତ କରିଛନ୍ତି। ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ,ଏଏସଆଇ ଦିଲ୍ଲୀପ ଗୋରଡ଼ା ପ୍ରମୁଖ ସଦଳବଳେ ବଡ଼ଡୁମ୍ବୁଳା,କରପଡ଼ା, ଦେଓଖାଳି ଛକ ସମେତ ଅନ୍ୟାନ୍ୟ ଗାଁ ଗୁଡିକରେ ରାତ୍ରିକାଳୀନ ପାଟ୍ରୋଲିଂ ସାରି ଶୁକ୍ରବାର ରାତି ପ୍ରାୟ ୨ ଟାରେ ଥାନାକୁ ଫେରୁଥିବା ବେଳେ ଓଡ଼ାସିଙ୍ଗିି ଗାଁ ର ଏକ ଅର୍ଦ୍ଧନିର୍ମିତ ଘର ଭିତରେ ଟଙ୍କା ବାଜି ଲଗାଇ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲେ।ପୋଲିସକୁ ଦେଖି ଜୁଆ ଖେଳୁଥିବା ବହୁ ସଂଖ୍ୟକ ଜୁଆଡି ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ପୋଲିସ ୯ ଜୁଆଡିଙ୍କୁ କାବୁ କରି ସେଠାରୁ ୩୯ ହଜାର ଟଙ୍କା ଓ ତାସ ମୁଠା ଜବତ କରିଥିଲେ। ଧରାପଡ଼ିଥିବା ଜୁଆଡ଼ି ମାନଙ୍କୁ ଥାନାକୁ ଅଣାଯାଇଥିଲା। ଏନେଇ ଏଏସଆଇ ଦିଲ୍ଲୀପ ଗୋରଡ଼ା ଏତଲା ଦେବାପରେ ଅତିରିକ୍ତ ଆଇଆଇସି ଥାନା ମାମଲା ନଂ. ୪୬୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ ଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ସମସ୍ତ ଜୁଆଡ଼ି ଙ୍କୁ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।