ପାକିସ୍ତାନରେ ଜୋରଦାର୍ ଭୂମିକମ୍ପର ଝଟକା ଅନୁଭୂତ
ଇସଲାମାବାଦ: ପାକିସ୍ତାନରେ ଜୋରଦାର୍ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବଲୁଚିସ୍ତାନ ପ୍ରଦେଶର ଖୁଜଦାରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ଶନିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୭ ସମୟରେ ପାକିସ୍ତାନରେ ୫.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ୨୭.୯୪୪ ଉତ୍ତର ଅକ୍ଷାଂଶ ଏବଂ ୬୬.୫୩୨ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।